କୋଟିଆ: ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ । ପଞ୍ଚାୟତର ଧୁଳିପଦର, ନେରିଡିବାଲସାଧ ଓ ତାଡିବାଲସା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ର ରାଜ୍ୟର ପୂର୍ବତନ ସାଲୁର ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରାଙ୍କୁ ତାଙ୍କ ବାସଭବନରେ ପହଞ୍ଚି ଭେଟିଛନ୍ତି ।
ଥିରେ ଆନ୍ଧ୍ରରେ ମିଶିବା ପାଇଁ ଆଲୋଚନା କରିଥିବା ଜଣାପଡ଼ିଛି । ଦୁଇ ରାଜ୍ୟର ବିବାଦ ଭିତରେ ରହି ଅନେକ ନିର୍ଯ୍ୟାତନା ପାଇଲୁଣି । ଏହିପରି କି ଆମେ ସୀମାନ୍ତ ବାସି ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରୁନାହୁଁ ତେଣୁ ଆମକୁ ଆନ୍ଧ୍ର ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ପରିଚୟ ଦେଉ ବୋଲି ଦାବି କରିଥିବା ଜଣାପଡିଛି । ଆମେ ଆନ୍ଧ୍ରରେ ରହିଛୁ ଆନ୍ଧ୍ରରେ ରହିବୁ କାରଣ କୋଟିଆ ପଞ୍ଚାୟତର ସମସ୍ତ ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆନ୍ଧ୍ର ସବୁବେଳେ ସହଯୋଗ କରି ଚାଲିଛି ତେଣୁ ଆମେ ଏହି ଠାରେ ହିଁ ରହିବୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।
ଏନେଇ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦୋରା ନିଜ ବାସଭବନରେ ସାମ୍ବାଦିକସମ୍ମିଳନୀ କରି ଓଡ଼ିଶା ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । କୋଟିଆ ପଞ୍ଚାୟତ ବାସିନ୍ଦାଙ୍କ ଆନ୍ଧ୍ର ପ୍ରଦେଶରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି । ଏହା ସହ ସୀମାନ୍ତ ବାସୀଙ୍କୁ ତାଙ୍କର ପ୍ରକୃତ ପରିଚୟ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
ଏହା ସହ ଉପସ୍ଥିତ ସୀମାନ୍ତବାସୀଙ୍କର ସମସ୍ତ ଦାବିକୁ ନେଇ ମୁଁ ବର୍ତ୍ତମାନର ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
Comments are closed.