Latest Odisha News

BREAKING NEWS

ସୋରରେ ସାପ ଆତଙ୍କ:ଗୋଟିଏ ସପ୍ତାହରେ ୧୨୪ ଜଣଙ୍କୁ କାମୁଡିଲାଣି ସାପ

ସୋର:ସୋରରେ ସାପ ଆତଙ୍କ ଦେଖିବାକୁ ମିଳିଛି । ଗୋଟିଏ ସପ୍ତାହ ମଧ୍ୟରେ ୧୨୪ ଜଣ ସାପ କାମୁଡାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୋମନଙ୍କୁ ମଧ୍ୟରୁ ୧୫ରୁ ଅଧିକ ଲୋକ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।

ସୂଚନାଥାଉକି, ଗତକାଲି ରାତିରେ ବାଲିପୁର ଗ୍ରାମର ପ୍ରିୟବ୍ରତ ଦାସ(୩୫) ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡିଥିଲା । ସେ ସକାଳେ ସୋର ଡାକ୍ତରଖାନାକୁ ଆସି ରକ୍ତ ପରୀକ୍ଷା କରିଥିଲେ । ସେହିପରି ସବିରା ଗ୍ରାମର ରଞ୍ଜିତା ପରିଡା(୪୧) ଓ ମୋବରକପୁର ଗ୍ରାମର ଆରାଧନା ପାତ୍ର (୫୨) ସକାଳେ ଫୁଲ ତୋଳୁଥିବା ବେଳେ ସାପ କାମୁଡାର ଶିକାର ହୋଇଥିଲେ। ଆହୁରିମଧ୍ୟ ମଧୁସୁଦନପୁର ଗ୍ରାମର କମଳାକାନ୍ତ ସେଠୀ(୫୩) ସକାଳେ ଘର ପାଖ ପଡିଆରେ ବୁଲୁଥିବା ବେଳେ ସାପ କାମୁଡାରେ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହିପରି ଭାବେ ଆଜି ପର୍ଯ୍ୟନ୍ତ ସୋରର ବିଭିନ୍ନ ଅଞ୍ଚଳରୁ ୧୮ରୁ ଅଧିକ ଲୋକ ସାପ କାମୁଡାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସୋମନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ସୋର ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ୧୫ରୁ ଅଧିକ ଲୋକ ସାପ କାମୁଡାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Leave A Reply

Your email address will not be published.