ଜୟପୁର: ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଜୟପୁର ସ୍ବତନ୍ତ୍ର କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ କଏଦୀ। ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଅନୁମତି ପରେ କାରାଗାର ଭିତରେ ଦୁଇ କଏଦୀଙ୍କ ବିବାହ ସମ୍ପନ୍ନ ହୋଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବର ଓ କନ୍ୟା ପରସ୍ପରକୁ ବରମାଳା ପିନ୍ଧାଇବା ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ତେବେ ଜେଲର ସନ୍ତୋଷ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ତତ୍ତ୍ୱାବଧାନରେ ପରିବାର ସଦସ୍ୟ ଓ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହର ସମସ୍ତ ରୀତିନୀତି ପାଳନ କରାଯାଇଥିଲା।