Latest Odisha News

BREAKING NEWS

ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆକର୍ଷଣୀୟ ହାତୀ ବେଶ ବା ଗଜାନନ ବେଶକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଭୋରରୁ ରତ୍ନ ସିଂହାସନରେ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ସ୍ନାନବେଦୀରେ ବିଜେ କରିଥିଲେ ଶ୍ରୀଜୀଉମାନେ । ଶ୍ରୀଉମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ସେନାପଟା ବିଜେ କରାଯାଇଥିଲା । ଏହାପରେ ଛେରାପହଁରା ଏବଂ ଗଜାନନ ବେଶରେ ମହାପ୍ରଭୁଙ୍କୁ ସଜ୍ଜିତ କରିଥିଲେ ଶ୍ରୀମନ୍ଦିର ସେବାୟତମାନେ ।

ଆଜି ମହାପ୍ରଭୁଙ୍କର ଏହି ପବିତ୍ର ବେଶକୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଭରିଯାଇଥିଲା । ବଡ଼ଦାଣ୍ଡରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.