Latest Odisha News

BREAKING NEWS

ଏଏସଆଇ ଦ୍ୱାରା ସମ୍ପନ୍ନ ହେଲା ଶ୍ରୀମନ୍ଦିର ‘ଫନି’ ମରାମତି କାର୍ଯ୍ୟ

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମରାମତି କାର୍ଯ୍ୟ ଠିକ୍ ସମୟରେ ସମ୍ପନ୍ନ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସୋମବାର ଦିନ ପ୍ରକାଶ କରିଛି ।

“ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ମହାନିର୍ଦ୍ଦେଶକ ଓଷା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମରାମତି କାର୍ଯ୍ୟ ସ୍ନାନ ପୂର୍ଣ୍ଣିମା ମଧ୍ୟରେ ସମ୍ପୂର୍ଣ୍ଣ କରିପାରିଛୁ” ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ୍ ଅରୁଣ କୁମାର ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ।

ଆହୁରି ମଧ୍ୟ ବାତ୍ୟାରେ ମନ୍ଦିରର ମୁଖ୍ୟ ଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିବାବେଳେ ସୋମବାର ସକାଳେ ଏହି ମୂର୍ତ୍ତି ଦ୍ୱୟକୁ ସ୍ଥାପନ କରାଯାଇଛି । ଅପରପକ୍ଷରେ ମଙ୍ଗଳବାର ଦିନ ଠାରୁ ମନ୍ଦିରର ବାର୍ଷିକ ରକ୍ଷଣାବେକ୍ଷଣା କାର୍ଯ୍ୟ ଆରମ୍ଭ ହୋଇ ନୀଳାଦ୍ରି ବିଜେ ପୂର୍ବରୁ ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀଯୁକ୍ତ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.