Latest Odisha News

BREAKING NEWS

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୂଅ ଛୁଟିଲା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨ ବର୍ଷ ବୟସରେ ଉପନୀତ ହେଲେ ।

ଭୟଙ୍କର ବାତ୍ୟା ତିତଲି ଏବଂ ବନ୍ୟାରେ ପ୍ରଭାବିତ ଦକ୍ଷିଣ ଓଡ଼ିଶାରେ କ୍ଷୟକ୍ଷତି ଘଟି ୩ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଘୋଷିତ ହୋଇଥିଲେ । ସୋସିଆଲ ମିଡ଼ିଆରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାରା ଦେଶରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଥିଲା ।

ତିତଲି ବାତ୍ୟା ଓ ପରେ ବନ୍ୟା ପରିସ୍ଥିତି ଉପୁଜିବା ଯୋଗୁଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ଏବର୍ଷ ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଗଣମାଧ୍ୟମରେ ଘୋଷଣା କରିଥିଲେ । ଏପରିକି ବିଜୁ ଜନତାଦଳର ସମସ୍ତ କର୍ମୀମାନଙ୍କୁ ତାଙ୍କ ଜନ୍ମ ଦିବସ ଅବସରରେ କୌଣସି ଉତ୍ସବ ପାଳନ ନକରିବାକୁ ଅନୁରୋଧ କରିଥିଲେ ।

ସେହିପରି ୨୦୧୩ ଓ ୨୦୧୪ ମସିହାରେ ଫାଇଲିନ୍ ବାତ୍ୟା ଏବଂ ବାତ୍ୟା ହୁଡ଼ହୁଡ୍ ଯୋଗୁଁ ନିଜର ଜନ୍ମଦିନ ପାଳନ କରିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସହରରେ ଅକ୍ଟୋବର ୧୬ ତାରିଖ ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ଉକ୍ରର୍ଷ ବାଲୁକା କଳାରେ ନବୀନଙ୍କ ପ୍ରତିକୃତି ତିଆରି କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ଟ୍ କରି ଲେଖିଛନ୍ତି “ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମ୍ମାନୀୟ ନବୀନ ପଟ୍ଟନାୟକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ । ମୋ ବାଲୁକା କଳା-ସୁଦର୍ଶନ ପଟ୍ଟନାୟକ”

ନବୀନଙ୍କ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । “ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ତାଙ୍କର ଜନ୍ମଦିନରେ ମୋର ଅଜସ୍ର ଶୁଭେଚ୍ଛା । ନବୀନଜୀ ହେଲେ ଭାରତର ଅନ୍ୟତମ ବରିଷ୍ଠ ନେତା ତଥା ଯିଏକି ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛନ୍ତି । ମୁଁ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି ” ।


 

ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ଟ୍ କରି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଜନ୍ମଦିନ ଅବସରରେ ନବୀନଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।

ଓଡ଼ିଶା ପୋଲିସ ଡ଼ିଜି ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ଟ୍ୱିଟ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଜୀଙ୍କୁ ତାଙ୍କ ଜନ୍ମଦିନରେ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଭଗବାନଙ୍କ ନିକଟରେ ମୁଁ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପ୍ର୍ାର୍ଥନା କରୁଛି ।”

ନିକଟରେ ‘ଇଣ୍ଡିଆ ଟୁଡ଼େ’ ଦ୍ୱାରା ସର୍ଭେ ଦ୍ୱାରା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଘୋଷିତ ହୋଇଛନ୍ତି । ପ୍ରାୟ ୫୮ ପ୍ରତିଶତ ଓଡ଼ିଶାର ଜନସାଧାରଣ ନବୀନ ପୂନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଏହି ସର୍ଭେରେ ପସନ୍ଦ କରିଛନ୍ତି ।

ଇଣ୍ଡିଅ ଟୁଡ଼େ ପକ୍ଷରୁ ହୋଇଥିବା ଏହି ସର୍ଭେରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫୯ ପ୍ରତିଶତ ଭୋଟ ମିଳିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫୩ ପ୍ରତିଶତ ଭୋଟ ମିଳିଥିଲା ଏବଂ ମମତା ଦ୍ୱିତୀୟ ସ୍ଥାନରେ ରହିଥିଲେ ।

Leave A Reply

Your email address will not be published.