Latest Odisha News

BREAKING NEWS

ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡାଦେଶ, ୨ଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଆତ୍ମଘୋଷିତ ଭଗବାନ ବାବା ରାମପାଲଙ୍କୁ ହିସାର କୋର୍ଟ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଜଣେ ଶିଶୁ ସମେତ ୫ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରି ଏହି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ ହିସାରର ସ୍ୱତନ୍ତ୍ର କୋର୍ଟ ରାମପାଲଙ୍କ ସହ ତାଙ୍କର ପାଖାପାଖି ୨୬ ଜଣ ଅନୁଗାମୀଙ୍କୁ ମଧ୍ୟ ଦଣ୍ଡ ଶୁଣାଇଛନ୍ତି । ରାମପାଲଙ୍କୁ ଆଜୀବନ କାରାଦଣ୍ଡ ସହ ୧ଲକ୍ଷ ଟଙ୍କାର ଜୋରିମାନା  ମଧ୍ୟ ହୋଇଛି ।

ଏଥିସହିତ ସତଲୋକ ଆଶ୍ରମରୁ ମୃତଦେହ ମିଳିବା ପରେ ତାଙ୍କ ବିରୋଧରେ ଭିନ୍ନଭିନ୍ନ ମାମଲା ସାମନାକୁ ଆସିଥିଲା । ୨୦୧୪ ମସିହାରେ ଆଶ୍ରମରେ ମୃତ ଦେହ ମିଳିବା ପରେ ବାବାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ପରବର୍ତ୍ତୀ ସମୟରେ ରାମପାଲଙ୍କ ଭକ୍ତ ଓ ପୋଲିସ ମଧ୍ୟରେ ହୋଇଥିବା ଏକ ହିଂସା ଘଟଣାକୁ ନେଇ ତାଙ୍କ ବିରୋଧରେ ଆଉ ଏକ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଗିରଫ ହୋଇ ରାମପାଲ ଓ ତାଙ୍କ ଅନୁଗାମୀ ମାନେ ୨୦୧୪ ମସିହା ନଭେମ୍ବରରୁ ଜେଲରେ ଥିଲେ ।

Leave A Reply

Your email address will not be published.