ନୂଆଦିଲ୍ଲୀ: AI ଯୋଗୁଁ ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକରେ ହେଉଥିବା ଛଟେଇକୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇ ଦଶନ୍ଧିର ଅଭିଜ୍ଞତା ଥାଇ ମଧ୍ୟ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ମ୍ୟାକଡୋନାଲ୍ଡର କାଉଣ୍ଟରରେ ଠିଆ ହେବାକୁ ବାଧ୍ୟ ହୋଇଛନ୍ତି।
ପାଖାପାଖି ୧୮ ବର୍ଷର ଅଭିଜ୍ଞତା ଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ କମ୍ପାନୀ ଏଆଇ କାରଣରୁ ଚାକିରିରୁ ବାହାର କରିଦେଇଛି। ଏବେ ସେ ନିଜର ଭଡ଼ା ଦେବା ପାଇଁ ସେ ମ୍ୟାକଡୋନାଲ୍ଡସରେ କାମ କରୁଛନ୍ତି । ଏହି ପୋଷ୍ଟ ରେଡିଟ r/ClaudeAI ପୋଷ୍ଟ କରିଛି।
ପୋଷ୍ଟ ଅନୁସାରେ କମ୍ପାନୀ ତାଙ୍କ ୧୨ ଜଣିଆ ଇଞ୍ଜିନିୟରଙ୍କ ଦଳକୁ କେବଳ ଦୁଇଜଣ କରିବା ସହ AI ଦ୍ୱାରା କାମ କରାଉଛି। ସେବେଠାରୁ ସେ ୧୦୦ରୁ ଅଧିକ ଚାକିରି ପାଇଁ ଆବେଦନ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ନୂଆ ଚାକିରି ପାଇନାହାଁନ୍ତି। ବର୍ତ୍ତମାନ ସେ ମ୍ୟାକଡୋନାଲ୍ଡରେ କାମ କରିବା ସହ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।
ଆଜିକା ସମୟରେ କମ୍ପାନୀଗୁଡ଼ିକ AI ଉପକରଣ ବ୍ୟବହାର କରି ଛୋଟ ଟିମ୍ ସହିତ କାମ କରିବାକୁ ପସନ୍ଦ କରୁଛନ୍ତି । AI କୁ ସଠିକ୍ ଭାବରେ ନିର୍ଦ୍ଦେଶ ଦେଇପାରୁଥିବା କିଛି ଲୋକ ଏବେ ଏପରି କାର୍ଯ୍ୟ କରୁଛନ୍ତି, ଯାହା ପୂର୍ବରୁ ବଡ଼ ଇଞ୍ଜିନିୟରିଂ ଦଳ କରୁଥିଲେ। ଏହି ନିଷ୍ପତ୍ତି ନେଉଥିବା କାର୍ଯ୍ୟନିର୍ବାହୀମାନେ ନିଜେ ଏହି ଛଟେଇର ପ୍ରଭାବ ଅନୁଭବ କରନ୍ତି ନାହିଁ ବରଂ କର୍ମଚାରୀମାନେ ଏହାର ଭାର ବହନ କରନ୍ତି ବୋଲି ଉଲ୍ଲେଖ ରହିଛି।
Comments are closed.