Latest Odisha News

BREAKING NEWS

ଭୋଜିରେ ଖାଦ୍ୟ ଅପଚୟକୁ ରୋକିବାକୁ ନିଆରା ପ୍ରୟାସ

ନୂଆଦିଲ୍ଲୀ:  ବିବାହରେ ଆସିଥିବା ଅଧିକାଂଶ ଅତିଥି ପେଟ ଭରିବା ଖାଇବା ପରେ ଖାଦ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳିଥାଏ । ଏଭଳି ପରିସ୍ଥିତିରେ ଖାଦ୍ୟର ଅପଚୟକୁ ରୋକିବା କିଛି କମ୍ କଥା ନୁହେଁ । ଏଭଳି ପରିସ୍ଥିତିରେ ଖାଦ୍ୟର ଅପଚୟକୁ ରୋକିବା ପାଇଁ ବିଭିନ୍ନ ଅଭିଯାନ ଚାଲିଛି। ବିଭିନ୍ନ ସାମାଜିକ ସଂଗଠନମାନେ ଲୋକଙ୍କୁ ଖାଦ୍ୟ ଅପଚୟ ନକରିବା ପାଇଁ ବୁଝାଉଛନ୍ତି । ଯାହାଫଳରେ କି ବିବାହ ଭୋଜିରେ ଖାଦ୍ୟର ଅପଚୟ ବନ୍ଦ ହୋଇପାରିବ ।

ବିବାହ ଭୋଜିରେ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଜଣେ ବ୍ୟକ୍ତିଙ୍କ ନିଆରା ପ୍ରୟାସ ଏବେ ବେଶ୍ ଊାଇରାଲ ହେଉଛି । ଯାହାକୁ ନେଇ ଚାରିଆଡେ ଏବେ ଖୁବ୍ ଚର୍ଚ୍ଚା।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି , ଜଣେ ବ୍ୟକ୍ତି ଡଷ୍ଟବିନ ପାଖରେ ଛିଡ଼ା ହୋଇଛନ୍ତି। ଯିଏ ଖାଲି ପ୍ଲେଟ ନେଇ ଆସୁଛି ତାଙ୍କୁ ସେ ଡଷ୍ଟବିନରେ ପକାଇବାକୁ ଅନୁମତି ଦେଉଛନ୍ତି। ଯେଉଁମାନଙ୍କ ଥାଳିରେ ଖାଦ୍ୟ ରହିଛି ତାହାକୁ ସେ ଖାଇ ସଫା କରିବା ପାଇଁ କହୁଛନ୍ତି। ଯେପର୍ଯ୍ୟନ୍ତ ଥାଳିରେ ଖାଦ୍ୟ ରହିଛି ସେ ଲୋକଙ୍କୁ ଡଷ୍ଟବିନରେ ପକାଇବାକୁ ଦେଉନାହାନ୍ତି।

Leave A Reply

Your email address will not be published.