Latest Odisha News

BREAKING NEWS

କୋଭିଡ ଭୟରେ ପୁଅକୁ ଧରି ତିନି ବର୍ଷ ଘରେ ବନ୍ଦୀ ଥିଲେ ମହିଳା; ସ୍ୱାମୀଙ୍କୁ ବି ଆସିବାକୁ ଦେଇ ନ ଥିଲେ

ନୂଆଦିଲ୍ଲୀ:  ହରିଆଣା ଗୁରୁଗ୍ରାମର ଚକରପୁରରେ ୩୩ ବର୍ଷୀୟ ଜଣେ ମହିଳା ନିଜ ନାବାଳକ ପୁଅ ସହ ନିଜକୁ ତିନି ବର୍ଷ ଧରି ଏକ ଭଡାଘରେ   ବନ୍ଦୀ କରି ରଖିଛନ୍ତି । କରୋନା ମହାମାରୀରୁ ବଞ୍ଚିବା ପାଇଁ ସେ ଏପରି କରିଛନ୍ତି ।  ପୋଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଥିଲା । ପ୍ରଶାସନିକ ଅଧିକାରୀମାନେ ଉଭୟ ମା’ ପୁଅଙ୍କୁ ଘରୁ ବାହାରକୁ ଆଣିଥିଲେ । ପୋଲିସ ଟିମ, ସ୍ୱାସ୍ଥ୍ୟ ବିଭାଗ ଏବଂ ଚାଇଲଡ ୱେଲଫେୟାର ଡିପାର୍ଟମେଣ୍ଟର ଅଧିକାରୀମାନେ ଘରର ମୁଖ୍ୟ କବାଟ ଭାଙ୍ଗି  ମା’ ମୁନମୁନ ମାଞ୍ଝି ଏବଂ ତାଙ୍କର ୧୦ ବର୍ଷର ପୁଅକୁ ବାହାରକୁ ଆଣିଥିଲୋ । ପରେ ମା’ ଓ ପୁଅକୁ ଗୁରୁଗ୍ରାମର ସିଭିଲ ହସପିଟାଲରେ ଭର୍ତ୍ତି  କରାଯାଇଥିଲା ।

ଗୁରୁଗ୍ରାମ ସିଭିଲ ସର୍ଜନ ଡାକ୍ତର ବୀରେନ୍ଦ୍ର ଯାଦବଙ୍କ କହିବା ଅନୁସାରେ ମହିଳାଙ୍କ ମାନସିକ ସମସ୍ୟା ରହିଛି । ଉଭୟଙ୍କୁ ପିଜିଆଇ ରୋହତକକୁ ରେଫର କରାଯାଇଛି । ସେଠାରେ ତାଙ୍କୁ ଚିକିତ୍ସା ପାଇଁ ମାନସିକ ରୋଗ ୱାଡରେ ଭର୍ତ୍ତି କରାଯାଇଛି । ଏ ନେଇ ମହିଳାଙ୍କ  ସ୍ୱାମୀ ସୁଜାନ ମାଞ୍ଝି ଚକରପୁର ପୋଲିସ ଫାଣ୍ଡିରେ ଥିବା ସହାୟକ ଉପନିରକ୍ଷକ ପ୍ରବୀଣ କୁମାରଙ୍କ ସହ ସମ୍ପର୍କ ରଖିଥିଲେ । ସୁଜାନ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଅଛନ୍ତି ।

ପୋଲିସର କହିବା ଅନୁଯାୟୀ, ମହିଳା ଜଣକ ନିଜର ୭ ବର୍ଷର ପୁଅକୁ ନେଇ ଏକ ଘରେ ବନ୍ଦୀ ଜୀବନ ଯାପନ କରୁଥିଲେ ।୨୦୨୦ ପୂର୍ବରୁ ଅର୍ଥାତ ଯେତେବେଳେ ପ୍ରଥମ ଲକଡାଉନ ଘୋଷଣା କରାଗଲା ସେବେଠାରୁ ସେ ଏପରି ବନ୍ଦୀ ଜୀବନ ଜିଉଁଛନ୍ତି । ଏପରକି ଅଫିସ ଯାଇଥିବା ନିଜର ସ୍ୱାମୀଙ୍କୁ ମଧ୍ୟ ଘରକୁ ଆସିବାକୁ ଦେଇ ନ ଥିଲେ । ପ୍ରଥମ କିଛି ଦିନ ସୁଜାନ ନିଜର ବନ୍ଧୁ ଏବଂ ତଥା ସମ୍ପର୍କୀୟଙ୍କ ଘରେ କଟାଇ ଦେଇଥିଲେ । ଶେଷରେ ପତ୍ନୀଙ୍କୁ ବୁଝାଇବାରେ ବିଫଳ ହେବା ପରେ ସେହ ଅଞ୍ଚଳରେ ଅନ୍ୟ ଏକ ଘର ଭଡା ନେଇ ରହିଲେ ।

ସୁଜାନଙ୍କ କହିବା ଅନୁଯାୟୀ, ପତ୍ନୀ ଏବଂ ପୁତ୍ର ସହ ତାଙ୍କର ଯୋଗାଯୋଗର ମାଧ୍ୟମ ଥିଲା କେବଳ ଭିଡିଓ କଲିଂ । ସେ ଘର ଭଡା ଦେବା ସହ ବିଜୁଳି ବିଲ ଭରନ୍ତି । ପୁଅର ସ୍କୁଲ ଫିସ ବି ଭରନ୍ତି । ପରିବା ଏବଂ ସଉଦା ବ୍ୟାଗ ପତ୍ନୀଙ୍କ ଘରର ମୁଖ୍ୟ କବାଟ ବାହାରେ ରଖି ଦେଇ ଆସନ୍ତି । ୭ ବର୍ଷରୁ ବନ୍ଦୀ ହୋଇ ରହିଥିବା ପୁଅର ବୟସ ଏବେ ୧୦ ବର୍ଷ ହୋଇଗଲାଣି । ଏହି ତିନି ବର୍ଷମଧ୍ୟରେ ପୁଅର ପାଠପଢା, ଖେଳକୁଦ ଏବଂ ସାଙ୍ଗସାଥୀ ସମସ୍ତେ ତାଠାରୁ ଦୂରେଇ ଗଲେଣି । ମୁନମୁନ ଘରେ ପୁଅର ଏବଂ ନିଜର ଚୁଟି କାଟି ଦିଅନ୍ତି । ଏପରିକି ତିନି ବର୍ଷ ଧରି ଘରର ଅଳିଆ ବି ସେ ବାହାରକୁ ଫିଙ୍ଗିବାକୁ ଯାଇ ନାହାନ୍ତି । ଯେଉଁ ରୁମରେ ପୁଅ ରହୁଥିଲା ସେଠାରେ ଅଳିଆ,କଟାଯାଇଥିବା ଚୁଟି ଏବଂ ଘରର ମଇଳା ରଖାଯାଇଥିଲା ।  ପାଖ ପଡୋଶୀଙ୍କୁ ବି ଖବର ନ ଥିଲା ଯେ ଏଇ ଘରେ ଦୁଇ ଜଣ ମା’ ପୁଅ ରହୁଛନ୍ତି ବୋଲି । ପୁଅ ଘରର କାନ୍ଥରେ ଚିତ୍ର କରୁଥିଲା ଏବଂ କାନ୍ଥରେ ନିଜ ପାଠ ପେନସିଲରେ ଲେଖୁଥିଲା ।

ସୁଜାନଙ୍କଠାରୁ ଏପରି ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ପ୍ରଥମେ ବିଶ୍ୱାସ କରି ନ ଥିଲେ । ତାଙ୍କ ସାମ୍ନାରେ ଯେତେବେଳେ ସୁଜାନ ପତ୍ନୀଙ୍କୁ ଭିଡିଓ କଲକରିଲେ ସେତବେଳେ ସେ ବିଶ୍ୱାସ କରିଥିଲେ । ଗତ ତିନି ବର୍ଷ ଭିତରେ ତାଙ୍କର ପୁଅ ସୂର୍ଯ୍ୟଙ୍କୁ ବି ଦେଖି ନ ଥିଲା । ଏପରିକି କୋଭିଡ ଭୟରେ ମହିଳା ଜଣକ ରୋସେଇ ଗ୍ୟାସ ଏବଂ ଷ୍ଟୋର କରାଯାଇଥିବା ପାଣି ବି ବ୍ୟବହାର କରୁ ନ ଥିଲେ ।

ଯାହା ବି ହେଉ, ପୋଲିସ ହସ୍ତକ୍ଷେପ ପରେ ମହିଳା ଓ ପୁଅଙ୍କୁ ବାହାରକୁ ଆଣିବା ପରେ ସୁଜାନ ବହୁତ ଖୁସି । ଏତେ ଦିନ ପରେ ସେ ପୁଅ ଏବଂ ପତ୍ନୀଙ୍କୁ ପାଖରେ ପାଇ ଖୁସିରେ ବିଭୋର ହୋଇପଡିଛନ୍ତି ।

Leave A Reply

Your email address will not be published.