ଭୁବନେଶ୍ୱର: ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ କେତେକ ରେଳ ଟ୍ରାକ୍ ଉପରେ ପାଣି ଚାଲୁଥିବାବଳେ ବମ୍ବେ-ପୁଣେ ରୁଟରେ ମାଟି ଅତଡା ଧସି ପଡିଛି ।
ଯାହାଫଳରେ ମୁମ୍ବାଇରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ଡାଇଭର୍ଟ ଓ ବିଶାଖାପାଟଣାରୁ (ବିଶାଖାପାଟଣା-ଏଲଟିଟି) ଏକ୍ସପ୍ରେସକୁ ଆଶିଂକ ବାତିଲ କରିବା ନେଇ ରେଳବାଇ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ ମୁମ୍ବାଇରୁ ଛାଡିବାକୁ ଥିବା ୧୧୦୧୯ ସିଏସଏମଟି (ମୁମ୍ବାଇ-କୋଣାର୍କ ଏକ୍ସପ୍ରେସ)ର ମାର୍ଗ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ଅଗଷ୍ଟ ୯ ତାରିଖରୁ ୧୬ ତାରିଖ ଯାଏଁ କଲ୍ୟାଣ-ମନମାଡ-ନାନ୍ଦେଡ-ସିକନ୍ଦରାବାଦ ରୁଟ୍ ଦେଇ ଯାତାୟତ କରିବ ।
Comments are closed.