Latest Odisha News

BREAKING NEWS

ପହିଲି ରଜରେ ମାଆଙ୍କୁ ହାଣି ହତ୍ୟା କଲା ପୁଅ

ଭଦ୍ରକ:ପହିଲି ରଜରେ ରାଜ୍ୟର ଗାଁରୁ ସହର ଯାଏଁ ଉତ୍ସବମୁଖର ଥିବାବେଳେ ଭଦ୍ରକ ଜିଲ୍ଲାର ବନ୍ତ ଥାନା ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଜଣେ ୨୫ ବର୍ଷୀୟ ଯୁବକ ନିଜ ଜନ୍ମଦାତ୍ରୀ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ମହିଳା ହେଲେ ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁ। ତାଙ୍କୁ ତାଙ୍କ ପୁଅ ପ୍ରିତମ ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାଥାଉକି, ଜିରିଣି ଗାଁରେ ମା’ ଏବଂ ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ପୁଅ ଉତ୍ୟକ୍ତ ହୋଇ ଘରୁ ଧାରୁଆ ଅସ୍ତ୍ର ଆଣି ମା’ଙ୍କ ଉପରେ ଆକ୍ରମଣ କରିଥିଲା। ଏନେଇ ଗାଁ ଲୋକେ ପୋଲିସକୁ ସୂଚନା ଦେଇଥିଲେ।

ସ୍ଥାନୀୟ ଲୋକଙ୍କର ସୂଚନା ଆଧାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave A Reply

Your email address will not be published.