Latest Odisha News

BREAKING NEWS

ଅନ୍ତ୍ୟେଷ୍ଟି କ୍ରିୟାରେ ବାପାଙ୍କ ମୁଖରେ ଗଙ୍ଗା ଜଳ ବଦଳରେ ମଦ ଢ଼ାଳିଲା ପୁଅ

ସମ୍ଭଳ: ମୃତ୍ୟୁ ପୂର୍ବରୁ ପୁଅ ହାତରୁ ଗଙ୍ଗଜଳ ପାଇବା ସବୁ ବାପାମାଆଙ୍କ ଇଚ୍ଛା ଥାଏ । ତେବେ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସମ୍ଭଳରେ ବାପାଙ୍କ ମୃତ୍ୟୁ ପରେ ପୁଅ ଗଙ୍ଗା ଜଳ ବଦଳରେ ମଦ ପିଆଇ ଚର୍ଚ୍ଚାକୁ ଆସିଛି । ଗୁଲାବ ସିଂଙ୍କ ପୁଅ ବଂଟି କହିବା ଅନୁସାରେ ହୋଲି ଦିନ ବାପା ପ୍ରବଳ ମଦ ପିଇବା ସହ ରଙ୍ଗ ଖେଳି ଡିଜେରେ ଡ୍ୟାନ୍ସ କରିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଘରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ସେ ମଦକୁ ପସନ୍ଦ କରୁଥିଲେ ବୋଲି ମୁଁ ତାଙ୍କ ଆତ୍ମାର ସନ୍ତୁଷ୍ଟି ପାଇଁ ଏହି କାର୍ଯ୍ୟ କରିଛି ବୋଲି ବଂଟି କହିଛନ୍ତି ।

ଗୁଲାବଙ୍କ ପତ୍ନୀ ଶାନ୍ତି ଦେବୀଙ୍କ କହିବା ଅନୁସାରେ ସେ ଦିନ ରାତି ସବୁବେଳେ ମଦ ପିଇବାକୁ ଭଲ ପାଆନ୍ତି । ଘର ପ୍ରତି ଧ୍ୟାନ ନ ଦେଇ ସବୁବେଳେ ଅଶାନ୍ତି କରିଥାନ୍ତି । ସେଥିପାଇଁ ମୃତ୍ୟୁ ବେଳେ ତାଙ୍କର ସବୁଠାରୁ ପ୍ରିୟ ବସ୍ତୁ ପୁଅ ଦେଇଥିଲା ବୋଲି କହିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଗୁଲାବଙ୍କ ପରିବାରକୁ ସମାଲୋଚନା କରାଯାଇଛି ।

Leave A Reply

Your email address will not be published.