Latest Odisha News

BREAKING NEWS

ଯୌନ ଶୋଷଣର ଶୀକାର ହୋଇଥିବା କଥା କହିଲେ ସୋନା ମହାପାତ୍ର, ମିଠୁର କାଠଗଡ଼ାରେ ଅନୁ ମଲ୍ଲିକ ଓ କୈଳାଶ ଖେର୍ !

ଭୁବନେଶ୍ୱର: ଓଡ଼ିଆ ବଲିଉଡ୍ ଗାୟିକା ସୋନା ମହାପାତ୍ର ମିଠୁ ଅଭିଯାନରେ ଯୌନ ଶୋଷଣର ଶୀକାର ହୋଇଥିବାର ଅଭିଯୋଗ ଆଣିଛନ୍ତି । କୈଳାଶ ଖେର ଓ ଅନୁ ମଲ୍ଲିକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗାୟିକା ସୋନା ।

ଗାୟିକା ସୋନା ମହାପାତ୍ର ବଲିଉଡ଼ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ମିଠୁ ମାଧ୍ୟମରେ ଅଭିଯୋଗ କରିଛନ୍ତି ।
ଟ୍ୱିଟ୍ଟ୍ ଓ ଇନଷ୍ଟାଗ୍ରାମ ଜରିଆରେ ସୋନା କିପରି ଏହି ବଲିଉଡ଼ ତାରକାଦ୍ୱୟଙ୍କ ଦ୍ୱାରା ଯୌନ ଶୋଷଣର ଶୀକାର ହୋଇଛନ୍ତି ତାହା ପ୍ରାଞ୍ଜଳ ଭାବେ କହିଛନ୍ତି ।

ଅନୁ ମଲ୍ଲିକଙ୍କ ସମ୍ପର୍କରେ ସେ କହିଛନ୍ତି, ମୁଁ ଅନୁ ମଲ୍ଲିକଙ୍କୁ ପ୍ରଥମେ ୨୦୦୬ ମସିହାରେ ଏମ-ଟିଭି ଲାଇକ୍ରା ଷ୍ଟାଇଲ୍ ଆୱାର୍ଡ଼ ପ୍ରାକ୍ଟିସ ସମୟରେ ଭେଟିଥିଲି । ସେତେବେଳେ ଅନୁ ମଲ୍ଲିକ ମୋତେ ଓ ମୋ ସ୍ୱାମୀଙ୍କୁ ଆଇଟିସି ଗ୍ରାଣ୍ଡ ମରାଟ୍ଟାକୁ ଲଞ୍ଚ୍ ଲାଗି ଇନଭାଇଟ୍ କରିଥିଲେ । ମୋ ସ୍ୱାମୀଙ୍କ ସହିତ କାମ କରିଥିଲେ ବି ସେ ଜାଣିନଥିଲେ କି ମୁଁ ତାଙ୍କୁ ବିବାହ କରିଛି ବୋଲି । ଲଞ୍ଚ ଟେବୁଲରେ ଖାଇଲା ବେଳେ ହିଁ ସମ୍ପତଙ୍କୁ ସେ କହିଥି, “ସୋନା ଟା କି ମାଲ୍ ହେଇଚି ମ !”

ସେ କଥା କହୁଛନ୍ତି । ମୋର କିଛି ମନେ ନାହିଁ ଏବଂ ଏସମ୍ପର୍କରେ କିଛି ବି କହିପାରିବି ନାହିଁ । କାହିଁକି ଯେ ସୋନା ମୋ ନାମ ଉଠାଉଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ତାଙ୍କୁ ତ ମୁଁ ମୁଳରୁ ଭେଟି ହି ନାହିଁ ।

ସୋନା ପ୍ରସିଦ୍ଧ ବଲିଉଡ଼ ଗାୟକ କୈଳାଶ ଖେରଙ୍କ ବିରୋଧରେ ଅଭିଯୋଗ ଆଣି ଟ୍ୱିଟ୍ଟ ମାଧ୍ୟମରେ ଲେଖିଛନ୍ତି, ‘ଫୋର୍ଥ କମିଂ କନର୍ସଟ’ରେ ଯୋଗ ଦେଇଥିବା ବେଳେ ସେ ମୋ ଜଙ୍ଘରେ ହାତ ସ୍ପର୍ଶ କରି କହିଥିଲେ, ତମେ ଖୁବ୍ ସୁନ୍ଦର, ତମେ ଜଣେ ମ୍ୟୁଜିସିଆନଙ୍କୁ ପାଇଛ (ରାମ/ସୋନାଙ୍କ ସ୍ୱାମୀ) କିନ୍ତୁ ଅଭିନେତାଙ୍କୁ ନୁହେଁ ।

Leave A Reply

Your email address will not be published.