Latest Odisha News

BREAKING NEWS

ଆସନ୍ତୁ ଜାଣିବା ସୋନାକ୍ଷୀ,ରିତେଶ ଅଭିନୀତ ହରର କମେଡି ଫିଲ୍ମର ନାମ କଣ ରହିଲା

ମୁମ୍ବାଇ:ଏବେ ବଲିଉଡରେ ହରର କମେଡି ଫିଲ୍ମର ଟ୍ରେଣ୍ଡ ଚାଲିଛି । ଖୁବ୍ ଶୀଘ୍ର ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ ଏ ଭଳି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଆଦିତ୍ୟ ସରପୋତଦାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ କକୁଡା ରଖାଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ସୋନାକ୍ଷୀ-ରିତେଶଙ୍କ ଯୋଡି ଦେଖିବାକୁ ପାଇବେ । ସାକିବ ସଲିମ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।

ରାଜସ୍ଥାନରେ ଆସନ୍ତା ସପ୍ତାହରେ ଫିଲ୍ମର ଶୁଟିଂ ଆରମ୍ଭ ହେବ । ସୂଚନାଯୋଗ୍ୟ, ସୋନାକ୍ଷୀ ଅଭିନୀତ ଭୁଜ:ଦି ପ୍ରାଇଡ ଅଫ ଇଣ୍ଡିଆ ୧୩ ଅଗଷ୍ଟରେ ରିଲିଜ ହେବ । ଏହା ବ୍ୟତୀତ ସେ ରିମା କାଗତିଙ୍କ ଫଲେନ ଏବଂ ସଞ୍ଜୟ ଲୀଲା ଭଁସାଲୀଙ୍କ ୱେବ ସିରିଜ ହୀରା ମଣ୍ଡିରେ ମଧ୍ୟ ଅଭିନୟ କରୁଛନ୍ତି ।

Comments are closed.