ମୁମ୍ବାଇ: ଲକ୍ଡାଉନ୍ ପୂର୍ବରୁ ସୋନାକ୍ଷୀ ୱେବ୍ ସିରିଜ୍ରେ କାମ କରିବା ନେଇ ଖବର ଆସିଥିଲା । ରିମା କାଗ୍ତୀଙ୍କ ନିର୍ଦ୍ଦେଶିତ ଫଲେନ୍ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦବଙ୍ଗ ଗାର୍ଲ । ଅନ୍ୟପଟେ ସପୋର୍ଟିଂ ରୋଲ୍ରେ ଗଲ୍ଲି ବୟ ଫେମ୍ ବିଜୟ ବର୍ମା, ଗୁଲଶନ୍ ଦେବିଆହ ଓ ସୋହୁମ ଶାହଙ୍କୁ ବି ଦେଖିବାକୁ ମିଳିବ ।
ନିଜ ପ୍ରଥମ ୱେବ୍ ସିରିଜ୍ର ସୁଟିଂ ପାଇଁ ସୋନାକ୍ଷୀ ଡିସେମ୍ବର ମାସରେ ରାଜସ୍ଥାନ ଯିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୩୫ଜଣ କ୍ରିଉ ମେମ୍ବରଙ୍କୁ ନେଇ ଏକ ୭ଦିନିଆ ସୁଟିଂ ସିଡ୍ୟୁଲ୍ର ଯୋଜନା ରହିଛି । ଲକ୍ଡାଉନ୍ ପୂର୍ବରୁ ଏହି ସିରିଜକୁ ନେଇ ସୋନାକ୍ଷୀ ସମସ୍ତ ସ୍କ୍ରିପ୍ଟ ପାଇଥିଲେ । ବାସ୍ … ସେହି ପୁରଣା କାହାଣୀ ଅନୁଯାୟୀ ହେବ ସିରିଜର ସୁଟିଂ ।
କରୋନା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲାବେଳେ ନିର୍ଦ୍ଦେଶିକା ରିମା କାଗ୍ତୀ ବି ଉତ୍ସାହିତ ଥିବା ଜଣାପଡିଛି । ଶେଷଥର ପାଇଁ ସୋନାକ୍ଷୀଙ୍କୁ ଫିଲ୍ମ ଦବଙ୍ଗ-୩ରେ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ସେ ଫିଲ୍ମ “ଭୁଜ – ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ”ରେ ଅଜୟ ଦେବଗନ ଓ ସଂଜୟ ଦତ୍ତଙ୍କ ସହ ନଜର ଆସିବେ । ତେବେ ୱେବ୍ ସିରିଜ୍ ଫଲେନ୍ ଜାନୁଆରୀ ୨୦୨୧ରେ ଆମାଜନ୍ ପ୍ରାଇମ୍ ଭିଡିଓ ପ୍ଲାଟଫର୍ମରେ ରିଲିଜ ହେବାର ସମ୍ଭାବନା ରହିଛି ।
Comments are closed.