ନୂଆଦିଲ୍ଲୀ: ଅନଶନ ଭାଙ୍ଗିବେ ସୋନମ ୱାଙ୍ଗଚୁକ୍। ଦିଲ୍ଲୀ ହାଇକୋର୍ଟ ସୋନମ ୱାଙ୍ଗଚୁକଙ୍କୁ ସରକାରୀ ପରିଚାଳିତ ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ନଦେବା ପରେ ସେ ଅନଶନ ସମାପ୍ତ କରିବାକୁ ରାଜି ହୋଇଛନ୍ତି ବୋଲି ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ରବିବାର ଘୋଷଣା କରିଛନ୍ତି।
ସମ୍ପ୍ରତି NEET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଥିବା ୱାଙ୍ଗଚୁକ୍ ସୋମବାର ତାଙ୍କର ଅନଶନ ସମାପ୍ତ କରିବେ ଯଦି ରାଜନୈତିକ ନେତାମାନେ ତାଙ୍କୁ ଭେଟି ମୌସୁମୀ ଅଧିବେଶନ ସମୟରେ ସଂସଦରେ ଶିକ୍ଷା କ୍ଷେତ୍ରର ସମସ୍ୟା ଉଠାଇବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଏହାବ୍ୟତୀତ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ଶନିବାର ସକାଳେ, ଦିଲ୍ଲୀ ପୋଲିସ ଜୋରଜବରଦସ୍ତ ୱାଙ୍ଗଚୁକଙ୍କୁ ଦିଲ୍ଲୀର ଜନ୍ତର ମନ୍ତରରୁ ହଟାଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।
ବିଚାରପତି ମିନି ପୁଷ୍କର୍ଣ୍ଣଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଗତକାଲି କହିଥିଲେ ଯେ ସୋନମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସତ୍ତ୍ୱେ ସେ ନିଜକୁ ହସ୍ପିଟାଲରେ ଭର୍ତ୍ତି କରି ନଥିବାରୁ ସରକାର ତାଙ୍କୁ ସ୍ଥାନାନ୍ତର କରିବାର ଅଧିକାର ରଖିଛନ୍ତି। ତେବେ ଏହି ପର୍ଯ୍ୟାୟରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାର ଆବଶ୍ୟକତା ନାହିଁ।

Comments are closed.