Latest Odisha News

BREAKING NEWS

ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧି!

ନୂଆଦିଲ୍ଲୀ:ଦିନ କେଇଟା ପରେ ଅନୁଷ୍ଠିତ ହେବ ରାଜ୍ୟସଭାକୁ ସାଂସଦ ପଠେଇବା କାର୍ଯ୍ୟକ୍ରମ। ସେହି କ୍ରମରେ କିଏ କେଉଁଠୁ ଦାବିଦାର ହେବ, ଦଳ କାହାକୁ ବଛିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। ଶୁଣିବାକୁ ମିଳୁଛି ଯେ ରାଜସ୍ଥାନର ତିନୋଟି ଆସନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଯେଉଁଠି ଭାଜପା ପକ୍ଷରୁ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଅନ୍ୟପଟେ କଂଗ୍ରେସ ପକ୍ଷରୁ କାହା ନାଁ ରେ ମୋହର ମାରିବ ଦଳ ସେ ମଧ୍ୟ କରାଯାଉଛି ଅଙ୍କକଷା। ଚର୍ଚ୍ଚା ହେଉଛି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି କିମ୍ବା ତାଙ୍କ ବ୍ୟତୀତ ଅନ୍ୟ କୌଣସି ଶକ୍ତିଶାଳୀ ନେତା ରାଜସ୍ଥାନରୁ ଉପର ଗୃହକୁ ଯିବେ।

୯୨ ବର୍ଷ ବୟସ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ରାଜସ୍ଥାନରୁ ରାଜ୍ୟ ସଭା ଏମପି ଭାବରେ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ପୁନର୍ବାର ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ନହେବାକୁ କଂଗ୍ରେସ ନେତୃତ୍ୱଙ୍କୁ ଜଣାଇଛନ୍ତି। ଯଦି ସେ ପ୍ରାର୍ଥୀ ନା ହୁଅନ୍ତି ତେବେ ଦଳ ଏହି ଆସନରେ ଜଣେ ଟାଣୁଆ ନେତାଙ୍କୁ ଉପର ଗୃହକୁ ପଠାଇବାକୁ ଚିନ୍ତା କରୁଛି।

ଏମିତି ଦେଖିବାକୁ ଗଲେ ଦଳରେ ଅନେକ ଆଗଧାଡିର ନେତାଙ୍କ ନାଁ ରହିଛି। ଏବଂ ସେମାନେ ଏହି ମୋହର ପାଇଁ ମଧ୍ୟ ଆଶାବାନ୍ ଅଛନ୍ତି। କିନ୍ତୁ ଦଳର ଉପର ନିୟମ ପ୍ରଣେତାମାନେ କଣ ନିଷ୍ପତି ନେଉଛନ୍ତି ତାକୁ ଅପେକ୍ଷା କରିଛନ୍ତି ଦଳୀୟ ନେତା। କିନ୍ତୁ ଯାହା ଶୁଣିବାକୁ ମିଳୁଛି ଯେ ଏହି ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ ଆଗରେ ରହିଛି। ଅନ୍ୟପକ୍ଷେ ଯଦି ଦେଖିବା କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୋନିଆ ରାଜସ୍ଥାନ କିମ୍ୱା ହିମାଚଳ ପ୍ରଦେଶ ରୁ ଉଚ୍ଚ ସଦନକୁ ଯାଇପାରନ୍ତି। ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟଗତ କାରଣକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଲୋକ ସଭା ନିର୍ବାଚନରେ ସ୍ଥାନ ଦେବା ପରିବର୍ତ୍ତେ ରାଜ୍ୟ ସଭା ନିର୍ବାଚନ ମାଧ୍ୟମରେ ଏମପି ଭାବରେ ରଖିବାକୁ ଇଚ୍ଛା ପ୍ରକାଶ କରିଛି। କିନ୍ତୁ ଏହାରି ମଧ୍ୟରେ ତେଲେଙ୍ଗାନାରେ କିନ୍ତୁ ଅଲଗା ସମୀକରଣ ମୁଣ୍ଡ ଟେକିଲାଣି। କାରଣ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରଓ୍ବେନ୍ତ ରେଡ୍ଡୀ ସୋନିଆ ଗାନ୍ଧୀଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ତେଲଙ୍ଗାନାରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସୋନିଆ। ରେଡ୍ଡୀଙ୍କ ଏହି ବିବୃତ୍ତି ପୂର୍ବରୁ ତେଲଙ୍ଗାନା କଂଗ୍ରେସ କମିଟି ମଧ୍ୟ ସୋନିଆ ଗାନ୍ଧୀଙ୍କୁ ତେଲଙ୍ଗାନାରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରିଛି। ତେବେ ସୋନିଆ ଏବଂ କଂଗ୍ରେସ କଣ ନିଷ୍ପତ୍ତି ଶୁଣାଉଛନ୍ତି ତାହାକୁ ଅପେକ୍ଷା।

Leave A Reply

Your email address will not be published.