ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଛାତ୍ରଛାତ୍ରୀ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ। ସେମାନେ ସଂସ୍କାର ଦାବି କରିଛନ୍ତି, କିନ୍ତୁ ମୋଦି ସରକାର ସେମାନଙ୍କ ସାହସର ଜବାବ କାପୁରୁଷତା ଏବଂ ଅନାବଶ୍ୟକ ବର୍ବରତାରେ ଦେଇଛନ୍ତି। ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ଦେଶର ଭବିଷ୍ୟତ ଭାବରେ ଚିହ୍ନଟ କରିବା ପରିବର୍ତ୍ତେ ସରକାର ସେମାନଙ୍କ ସହିତ ଶତ୍ରୁ ପରି ବ୍ୟବହାର କରୁଛନ୍ତି। ସୋନିଆ ଅଭିଯୋଗ କରି କହିଛନ୍ତି ଯେ ଭାରତ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି ମୋଦି ସରକାର। ଦେଶର ଛାତ୍ରମାନେ ମୋଦି ସରକାରଙ୍କର ଏବେ ପୋଲ ଖୋଲି ଦେଇଛନ୍ତି।
ସୋନିଆ ଗାନ୍ଧୀ କହିଛନ୍ତି ଯେ ଛାତ୍ରମାନଙ୍କ ସହିତ ଠିଆ ହେବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ଏକ ନୈତିକ, ରାଜନୈତିକ ଏବଂ ସାମ୍ବିଧାନିକ କର୍ତ୍ତବ୍ୟ। ଦି ହିନ୍ଦୁ ଖବରକାଗଜରେ ପ୍ରକାଶିତ “ଶିକ୍ଷା ବ୍ୟବସ୍ଥାର ପତନ, ଯୁବ ଭାରତର ଯନ୍ତ୍ରଣା” ଶୀର୍ଷକ ତାଙ୍କ ଲେଖାରେ, ସୋନିଆ ଗାନ୍ଧୀ କହିଛନ୍ତି ଯେ ଛାତ୍ର ପ୍ରତିବାଦ ଦୁଇଟି ପରସ୍ପର ସଂଲଗ୍ନ କାରଣର ଏକ ସ୍ୱାଭାବିକ ପରିଣାମ: ପ୍ରଥମତଃ, ଆଜିର ଶିକ୍ଷା ବ୍ୟବସ୍ଥା, ଯାହା କେବଳ ଯୁବପିଢ଼ିଙ୍କ ମଧ୍ୟରେ ନିରାଶା ସୃଷ୍ଟି କରେ, ଏବଂ ଦ୍ୱିତୀୟତଃ, ମୋଦି ସରକାରଙ୍କ ପରିଚିତ ଅହଂକାର ଏବଂ ଦାୟୀ ରହିବା କିମ୍ବା ଗଠନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହାର ନିରନ୍ତର ମନା।
ସୋନିଆ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଅଧିକାରକ୍ଷେତ୍ରରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାତ୍ର ପ୍ରତିବାଦକାରୀଙ୍କ ଉପରେ ବର୍ବରତା ଏହି ସରକାରଙ୍କ ପାଇଁ କିଛି ନୂଆ ନୁହେଁ। ଆମେ ସମସ୍ତେ ଭଲ ଭାବରେ ମନେ ରଖିଛୁ ଯେ ୨୦୨୦ ମସିହାରେ ନାଗରିକତ୍ୱ (ସଂଶୋଧନ) ଆଇନ-ଜାତୀୟ ନାଗରିକ ପଞ୍ଜିକାର (CAA-NRC) ବିରୋଧରେ ହୋଇଥିବା ପ୍ରତିବାଦ ସମୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସଶସ୍ତ୍ର ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ କିପରି କାର୍ଯ୍ୟ କରିଥିଲେ। ଭାରତର ମହିଳା ମଲ୍ଲଯୋଦ୍ଧାମାନଙ୍କ ପ୍ରତି ହୋଇଥିବା ଅଗ୍ରାହ୍ୟ ଅତ୍ୟାଚାରକୁ କେବେ ଭୁଲି ହେବ ନାହିଁ।
ସୂଚନ ଥାଉକି ଗୁରୁବାର ବିଳମ୍ବିତ ରାତିରେ ଜାରି ହୋଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରସ୍ତାବିତ ଆଇନରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ ଦୋଷୀମାନଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ। ସେ କହିଛନ୍ତି ଯେ କ୍ୟାବିନେଟ ଅନୁମୋଦନ ପରେ, ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭରେ ବିଲ୍ ଚୂଡ଼ାନ୍ତ ହେବ ଏବଂ ସଂସଦରେ ଉପସ୍ଥାପିତ ହେବ।