ଭୁବନେଶ୍ବର:ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଡେରାବିଶ କାଉପଡା ମହିଳା ଆର୍ ଆଇ (ରାଜସ୍ୱ ନିରୀକ୍ଷକ) ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଘଟଣାର ତଦନ୍ତ ଜାରି ରହିଛି।
କାଉପଡ଼ା ରାଜସ୍ୱ ନିରୀକ୍ଷକ ସାଇଦର୍ଶିନୀ ଲେଙ୍କା ଜମି ମିଉଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ବ୍ୟକ୍ତି। ଆଜି ୫୫୦୦ ଟଙ୍କା ଲାଞ୍ଚନେଉଥିବା ବେଳେ ଛକି ଥିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସବୁ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ଗରାପୁର ସ୍ଥିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

Comments are closed.