Latest Odisha News

BREAKING NEWS

ଯାଇପାରିଲାନି ଭୋଜି, ବେକରେ ଲଗାଇଲା ରସି

ମୁଜାଫରନଗର: ମଳିନ ପଡିଥିଲା ବିବାହ ଉତ୍ସବରେ ସାମିଲ ହେବାର ଆଶା । ଭୋଜିକୁ ଯିବା ପାଇଁ ମାଆ ପାଖେ ନେହୁରା ହୋଇଥିଲା ୮ ବର୍ଷର ଝିଅ । ହେଲେ ପଣତକାନି ଝାଡି ପୁଅକୁ ନେଇ ବିବାହ ଉତ୍ସବକୁ ମାଆ ଚାଲିଯାଇଥିଲା । ଶେଷରେ ମାନସିକ ଆଘାତକୁ ସହ୍ୟ କରିନପାରି ଜୀବନ ହାରିଥିଲା ନାବାଳିକା ।

ଉତ୍ତରପ୍ରଦେଶର ମୁଜାଫରନଗରରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ବିବାହକୁ ଭୋଜିକୁ ନ ନେବାରୁ ମାଆ କଥାରେ ମର୍ମାହତ ହୋଇ ବେକରେ ରସି ଲଗାଇ ନାବାଳିକା ଝିଅ ଆତ୍ମହତ୍ୟା କରିଥିଲା । ବୁଧବାର ନିର୍ଧନା ଗାଁରେ ଏଭଳି ଘଟଣା ଅନେକଙ୍କୁ ତାଜୁବ କରିଛି ।

ପୋଲିସ ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା କରିବା ପୂର୍ବରୁ ଝିଅଟି ନିଜ ମାଆ ସହ ପୱାଟି ଗାଁକୁ ଏକ ବିବାହ ଉତ୍ସବରେ ଯିବାକୁ ଜିଦ୍ ଧରିଥିଲା । ହେଲେ ଝିଅ କଥାକୁ ଆଡେଇ ପୁଅକୁ ଧରି ମାଆ ସଂପର୍କୀୟଙ୍କ ବିବାହ ଉତ୍ସବକୁ ଚାଲିଯାଇଥିଲା । ମାଆର ଏପରି ବ୍ୟବହାରରେ ମର୍ମାହତ ହୋଇ ଶେଷରେ ଝିଅଟି ନେଇଥିଲା ଚରମ ନିଷ୍ପତ୍ତି ।

ଗାଁ ଲୋକଙ୍କ ବୟାନ ଅନୁଯାୟୀ ଝିଅଟି ଭିତରପଟୁ କବାଟ ବନ୍ଦ କରି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲା । ପରିବାର ଲୋକଙ୍କ ସମେତ ଗାଁ ଲୋକେ ମିଳିତ ଭାବେ କବାଟ ଭାଙ୍ଗି ନାବାଳିକାର ମୃତଦେହ ଉଦ୍ଧାର କରିଥିଲେ । ତେବେ ପୋଲିସ ପହଂଚିବା ପୂର୍ବରୁ ଲୋକେ ନାବାଳିକାର ମୃତଦେହକୁ ମାଟିରେ ପୋତି ସାରିଥିଲେ ।

Leave A Reply

Your email address will not be published.