Latest Odisha News

ଦୀର୍ଘଦିନ ପରେ ବଡ ପରଦାକୁ ଫେରୁଛନ୍ତି ସୋନୁ ସୁଦ୍

ମୁମ୍ବାଇ: ବେଶ କିଛିଦିନ ଧରି ବଡ ପରଦାରୁ ଦୂରେଇ ରହିଥଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ହେଲେ ଏବେ ସେ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସବା ଲାଗି ସଜବାଜ ହେଉଛନ୍ତି । ଆଗାମୀ ଦିନରେ ସୋନୁ ଏକ ଆକ୍ସନ୍ ଥ୍ରିଲର୍ ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲ୍ ପରି ଏହାର ଫାଷ୍ଟଲୁକ୍ ପୋଷ୍ଟର ମଧ୍ୟ ଖୁବ ଦମଦାର ହୋଇଛି ।

ଫିଲ୍ମ “ଫତେହ”ରେ ନଜର ଆସିବେ ଅଭିନେତା ସୋନୁ ସୁଦ୍ । ଏ ନେଇ ଖୋଦ ସୋନୁ ସୋସିଆଲ୍ ମିଡିଆରେ ନିଜ ଫିଲ୍ମର ପୋଷ୍ଟର ରିଭିଲ୍ କରିଛନ୍ତି । ଫିଲ୍ମର ପୋଷ୍ଟରରେ ସୋନୁଙ୍କୁ ଇଣ୍ଟେନ୍ସ ଅବତାରରେ ଦଖିବାକୁ ମିଳିଛି । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଅଭିନନ୍ଦନ ଗୁପ୍ତା । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଆସନ୍ତାବର୍ଷ ଜାନୁଆରୀରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ଏକ ସାକ୍ଷାତକାର ଅବସରରେ ସୋନୁ କହିଥିଲେ, “ଫିଲ୍ମର କାହାଣୀ ମୋତେ ଖୁବ ପସନ୍ଦ ଆସିଥିଲା । ସ୍କ୍ରିପ୍ଟ ପଢିବା ମାତ୍ରେ ଏଥିରେ ଅଭିନୟ କରିବାକୁ ମନ ବଳାଇଥିଲି ।” ଶେଷଥର ପାଇଁ ସୋନୁଙ୍କୁ ୨୦୧୮ରେ ଫିଲ୍ମ ସିମ୍ବାରେ ଦେଖିବାକୁ ମିଳିଥିଲା । ଫିଲ୍ମ ଫତେହକୁ ବାଦ୍ ଦେଲେ ସୋନୁ ଅନ୍ୟ କିଛି ଫିଲ୍ମରେ ମଧ୍ୟ ସାଇନ୍ କରିଥିବା ଶୁଣିବାକୁ ମିଳିଛି ।

Comments are closed.