Latest Odisha News

BREAKING NEWS

ବନାରସର ଡଙ୍ଗା ଚାଳକଙ୍କୁ ରାସନ ଯୋଗାଇବେ ସୋନୁ ସୁଦ

ମୁମ୍ବାଇ: ପୁଣି ସହଯୋଗର ହାତ ବଢ଼ାଇଲେ ବଲିଉଡର ରିଆଲ ହିରୋ ସୋନୁ ସୁଦ । ଏବେ ବନ୍ୟାରେ କ୍ଷତିଗ୍ରସ୍ତୁ ହୋଇଥିବା ଡଙ୍ଗା ଚାଳକ ଏବଂ ତାଙ୍କ ପରିବାରକୁ ସହାତୟା କରିବାକୁ ଆଗେଇ ଆସିଛନ୍ତି ସୋନୁ । ଉତ୍ତରପ୍ରଦେଶ ବନାରସର ୩୫୦ ଡଙ୍ଗା ଚାଳକ ଏବଂ ସେମାନଙ୍କ ପରିବାର ସୋନୁ ଖୁବଶୀଘ୍ର ରାସନ ସାମଗ୍ରୀ ପଠାଇବେ ।

ବନାରସରେ ଲକଡାଉନ ଓ ବନ୍ୟା ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭୋକ ଉପାସରେ ସେମାନଙ୍କ ଜୀବନ ବିତୁଛି । ଭୋକ ଉପାସରେ ଦିନ କାଟୁଥିବା ୩୫୦ ନାବିକ ପରିବାରଙ୍କୁ ସାହାଯ୍ୟ କରିବାକୁ ସୋନୁ ଆଗେଇ ଆସିଛନ୍ତି । ଟ୍ୱିଟରରେ ବନାରସର ସାମାଜିକ କାର୍ଯ୍ୟକର୍ତ୍ତା ଦିବ୍ୟାଂଶୁ ସାହାଯ୍ୟ ମାଗିଥିଲେ । ତାଙ୍କ ଟ୍ୱିଟ ପରେ ସୋନୁ ସୁଦ ସାହାଯ୍ୟ କରିବାକୁ ଭରସା ଦେଇଥିଲେ । ଦିବ୍ୟାଂଶୁ କହିଛନ୍ତି ସୋନୁ ସୁଦଙ୍କ ଟିମ ତରଫରୁ ତାଙ୍କ ପାଖକୁ ଫୋନ ଆସିଥିଲା । ସେ ନାବିକଙ୍କ ପରିବାରର ତାଲିକା ମାଗିଥିଲେ ।

ସୋନୁ ସୁଦ ୩୫୦ ନାବିକ ପରିବାର ପାଇଁ ରାସନ ଯୋଗାଡ କରି ଖୁବ ଶୀଘ୍ର ବନାରସ ପହଞ୍ଚାଇବେ । ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ୩୫୦ ପରିବାରର କୌଣସି ସଦସ୍ୟ ଭୋକରେ ଶୋଇବେନି ।

Leave A Reply

Your email address will not be published.