Latest Odisha News

BREAKING NEWS

ଆସନ୍ତା ୧୫ରୁ ୩୦ ମଧ୍ୟରେ ହେବ ରେଭେନ୍ସା ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନଲାଇନରେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଶେଷ ସେମିଷ୍ଟର ପରୀକ୍ଷା ହେବ । ଉଭୟ ରେଗୁଲାର ଓ ବ୍ୟାକ ପିଲାଙ୍କ ପାଇଁ ଏସବୁ ପରୀକ୍ଷା କରାଯିବ । ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ହେବ ଏସବୁ ପରୀକ୍ଷା।  ପରୀକ୍ଷାସୂଚୀ ଖୁବଶୀଘ୍ର ଜାରି କରାଯିବ ବୋଲି ରେଭେନ୍ସାର ପରୀକ୍ଷା ନିୟନ୍ତ୍ରକ ନୋଟିସ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ମୁକ୍ତ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଆସନ୍ତା ସେପ୍ଟେମ୍ବର ୨୦ରୁ ୩୦ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ଆୟୋଜନ କରାଯିବ । ୪ର୍ଥ ସେମିଷ୍ଟରର ଛାତ୍ରଛାତ୍ରୀମାନେ ନିଜର ବ୍ୟାକ ପେପର ଓ ବାକିଥିବା ପେପର ପରୀକ୍ଷା ମଧ୍ୟ ଦେଇପାରିବେ । ଖୁବଶୀଘ୍ର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯିବ ।

Leave A Reply

Your email address will not be published.