Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲାର ତଦନ୍ତ ଅବହେଳାକୁ ଖଣ୍ଡନ କଲେ ଡିଆଇଜି

ସମ୍ୱଲପୁର : ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା । କିନ୍ତୁ କୋର୍ଟକୁ ୧୬ ତାରିଖରେ ଯାଇଥିଲା ମାମଲା । ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।

ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଆଇଜି ଦୀପକ କୁମାର । ସେ କହିଛନ୍ତି, ଦାୟିତ୍ବର ସହ ସଠିକ ଭାବେ ମାମଲାର ତଦନ୍ତ ହୋଇଛି । ହତ୍ୟାକାଣ୍ଡରେ କୋର୍ଟକୁ ଏଫଆଇଆର କପି ପ୍ରଦାନ କରିବାରେ ପୋଲିସ ବିଳମ୍ବ କରିନି । CCTNS ଓ୍ବେବସାଇଟରେ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ଏଫଆଇର କପି ଅପଲୋଡ ହୋଇଛି । ୧୩, ୧୪ ଓ ୧୫ ତାରିଖ ଛୁଟି ପଡ଼ିଥିବାରୁ ୧୬ ତାରିଖରେ କେସ୍‌ ଡାଏରୀ ଦିଆଯାଇଥିଲା ବୋଲି ଡିଆଇଜି କହିଛନ୍ତି ।

ତଦନ୍ତ ପ୍ରକ୍ରିୟାରେ ପୋଲିସର ଭୂମିକାକୁ ନେଇ ଯାହା ପ୍ରଶ୍ନ ଉଠୁଛି ତାହା ମିଛ ବୋଲି ଡିଆଇଜି କହିଛନ୍ତି । ୧୦ ଜଣ ସାକ୍ଷୀଙ୍କର ସିଆରପିସି ୧୬୪ ଓ ୧୦୦ରୁ ଅଧିକ ସାକ୍ଷୀଙ୍କ ସିଆରପିସି ୧୬୧ ଧାରାରେ ବୟାନ ରେକର୍ଡ ହୋଇଥିବା ଡିଆଇଜି ସ୍ବଷ୍ଟ କରିଛନ୍ତି । ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ଅଛି ଓ ତଦନ୍ତ ଠିକ ଢଙ୍ଗରେ ହେଉଥିବା ଡିଆଇଜି ପ୍ରେସମିଟରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.