ମୁମ୍ବାଇ: ୯୦ ଦଶକରେ ଟିଭି ଦୁନିଆରେ ହଇଚଇ ସୃଷ୍ଟି କରିଥିବା ସୁପରହୀରୋ ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବ । ସୋନୀ ପିକଚର୍ସ ଏ ନେଇ ଗୁରୁବାର ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଥିପାଇଁ ସୋନୀ ପକ୍ଷରୁ ଆଡପ୍ସନ ରାଇଟ ହାସଲ କରାଯାଇଥିଲା । ତେବେ ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ ସୁପର ହୀରୋର ଭୂମିକା କିଏ କରିବ ସେ ନେଇ କୌଣସି ତଥ୍ୟ ମିଳି ନାହିଁ ।
ତେବେ ଜଣେ ଲୋକପ୍ରିୟ ହୀରୋ ଏବଂ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଖୁବ୍ ଶୀଘ୍ର କଳାକାର ଚୟନ କରାଯିବ ବୋଲି ସୋନୀ ପିକଚର୍ସ ପକ୍ଷରୁ କୁହାଯାଇଛି ।
Comments are closed.