Latest Odisha News

BREAKING NEWS

ସଂଗ୍ରାମୀ ବାଜି ରାଉତଙ୍କୁ ନେଇ ସର୍ଟ ଫିଲ୍ମ: ‘ବାଜି ଦ ଇମୋର୍ଟାଲ ବୋଟ୍ ବୟ’

ଭୁବନେଶ୍ୱର : ମାତ୍ର ଏଗାର ବର୍ଷର ଛୋଟିଆ ବାଳକ ବାଜି ରାଉତଙ୍କ ଦେଶମାତୃକା ଲାଗି ବଳିଦାନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆଜି ଯାଏଁ ପ୍ରେରଣା ଦେଇପାରୁଛି । ନିଷ୍ଠୁର ତଥା ଅତ୍ୟାଚାରୀ ଇଂରେଜ ଫୌଜର ଗୁଳି ଆଗରେ ନିଜ ଦେଶ ଲାଗି ନିର୍ଭୟରେ ଛାତି ଦେଖାଇଦେଇ ପ୍ରାଣବଳୀ ଦେଇଥିବା ବାଜି ରାଉତଙ୍କୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମିତ ହେଉଛି ।

ପ୍ରିଲ୍ୟୁଡ୍ ଫିଲ୍ମ ପ୍ରଡ଼କ୍ସନ ପକ୍ଷରୁ ନିର୍ମିତ ହେଉଥିବା ଏହି ସର୍ଟ ଫିଲ୍ମ ‘ବାଜି ଦ ଇମୋର୍ଟାଲ ବୋଟ୍ ବୟ’ ର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ଫିଲ୍ମ ନିର୍ମାତା ଚିନ୍ମୟ ଦାସ । ଏହି ଫିଲ୍ମଟି କ୍ଷୁଦ୍ର ହୋଇଥିଲେ ମଧ୍ୟ ଜୀବନ, ଜୀବିକା ତଥା ଅଦମ୍ୟ ସାହସ ପ୍ରଦର୍ଶନର କଥା କହେ । ଏହି ପ୍ରେରଣାଦାୟକ କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ନିର୍ମାଣ କରିବାକୁ ‘ଟିମ୍ ଏକ୍ସିଭିଟ୍’ ର ସମସ୍ତ ସଦସ୍ୟ ପୁନର୍ବାର ଏକଜୁଟ ହୋଇଛନ୍ତି ।

 

ପ୍ରିଲ୍ୟୁଡ୍ ଫିଲ୍ମ ପ୍ରଡ଼କ୍ସନ ମୁଖ୍ୟ ସତ୍ୟବ୍ରତ ସାନୁ ରଥ କୁହନ୍ତି, ଅରିଜିନାଲ କଥା ଏଠାରେ ରହିଥିବାରୁ ମୁଁ ବେଶ୍ ଆନନ୍ଦିତ । ବିଶେଷକରି ନିଜର ଇତିହାସ ଓ ସଂସ୍କୃତିକୁ ପାଥେୟ କରି ନିର୍ମିତ ହେଉଛି ଏହି ଫିଲ୍ମ । ଏହା ନିଶ୍ଚିତ ରୂପେ ଯୁବ ଚଳଚ୍ଚିତ୍ର ନିର୍ମାତା, କଳାକାର ତଥା ଟେକ୍ନିସିଆନ ମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ କରିବ । ଯାହାକି ଓଡ଼ିଶାର ସିନେମା ଶିଳ୍ପରେ ଏକ ନୂତନ ଦିଗଦର୍ଶନ ଦେବାରେ ସହାୟକ ହୋଇପାରିବ ।

 

ଏସମ୍ପର୍କରେ ଯୁବ ନିର୍ଦ୍ଦେଶକ ଚିନ୍ମୟ ଦାସ କୁହନ୍ତି, ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ବାସ୍ତବ ଜୀବନରେ ଥିଲେ ଜଣେ ରିୟଲ୍ ହିରୋ । ତେଣୁ ବାଜି ରାଉତଙ୍କ ଉପରେ ଫିଲ୍ମ କରିବା ନେଇ ଆମକୁ ବେଶ୍ ପରିଶ୍ରମ କରିବାକୁ ପଡୁଛି । ଏହି ଫିଲ୍ମଟି ଆସନ୍ତା ଅକ୍ଟୋବର ମାସରେ ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.