Latest Odisha News

BREAKING NEWS

ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂତ୍ରୁରୁ ପ୍ରକାଶ ଯେ, ଭଦ୍ରକ, କଟକ ଓ ବାଲେଶ୍ୱର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବଜ୍ରପାତର ଆଶଙ୍କା ଥିବାରୁ ଏହି ସମୟରେ ବାହାରକୁ ନ’ବାହାରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ, ଗତସପ୍ତାହରେ ମୌସୁମୀର ପ୍ରାକ୍ ବର୍ଷାରେ ବଜ୍ରପାତ ଯୋଗୁଁ ଅନେକ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା । ତେଣୁ ବଜ୍ରପାତର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.