Latest Odisha News

ହଲିଉଡ୍‌ ଅଭିନେତା ଖ୍ରୀଷ୍ଟୋଫର ପ୍ଲମର୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଦି ସାଉଣ୍ଡ ଅଫ୍ ମ୍ୟୁଜିକ୍ ଚଳଚ୍ଚିତ୍ରରେ କ୍ୟାପଟେନ୍ ଭନ୍ ଟ୍ରାପ୍ ଭୂମିକାରେ ଅଭିନୟ କରିଥିବା ତଥା ୮୨ ବର୍ଷ ବୟସରେ ଇତିହାସର ସର୍ବ ପୁରାତନ ଏକାଡେମୀ ପୁରସ୍କାର ବିଜେତା ଖ୍ରୀଷ୍ଟୋଫର୍ ପ୍ଲୁମରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲେ।

୧୯୯୯ ଚଳଚ୍ଚିତ୍ର “ଦି ଇନସାଇଡର୍” ରେ ମାଇକ୍ ୱାଲେସ୍ ଭାବରେ ତାଙ୍କର ପ୍ରସିଦ୍ଧ ଅଭିନୟରୁ ଆରମ୍ଭ ହୋଇଥିଲା। ଯେପରିକି ୨୦୦୧ ର “ଏ ବିୟୁଟିଫୁଲ୍‌ ମାଇଣ୍ଡ୍‌” ଏବଂ ୨୦୦୯ ର “ଦ ଲାଷ୍ଟ୍‌ ଷ୍ଟେସନ୍‌” ପରି ଚଳଚ୍ଚିତ୍ରରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ। ଏଥିପାଇଁ ତାଙ୍କୁ ଓସ୍କାର ପାଇଁ ମନୋନୀତ ମଧ୍ୟ କରାଯାଇଥିଲା।

Comments are closed.