Latest Odisha News

BREAKING NEWS

୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ, ହଠାତ ପାଇଲଟଙ୍କ ସିଟରୁ ବାହାରିଲା ବିଷାକ୍ତ ନାଗ..

ନୂଆଦିଲ୍ଲୀ:୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ । ହଠାତ ପାଇଲଟ ଦେଖିଲେ ବିମାନ ଭିତରେ ଏକ ନାଗସାପ । ଖୁବ ବିଷାକ୍ତ ପ୍ରଜାତିର ଥିଲା ଏହି ସାପ । ସାପକୁ ଦେଖି ଡରି ଯାଇଥିଲେ ପାଇଲଟ । ହେଲେ ତାଙ୍କ ହାତରେ ଥିଲା ଯାତ୍ରୀଙ୍କ ଜୀବନ । ସେ ନିଜକୁ ଶାନ୍ତ କରିଥିଲେ । ତାଙ୍କର ଧୈର୍ଯ୍ୟ ଏବଂ ଉଚିତ ପଦକ୍ଷେପ ଏତେ ଯାତ୍ରୀଙ୍କ ଜୀବନକୁ ବଞ୍ଚାଇ ଦେଇଥିଲା ।

BjdElectrycity

ଘଟଣାଟି ଦକ୍ଷିଣ ଆଫ୍ରିକାର । ବାର୍ସେଷ୍ଟରରୁ ନେଲସ୍ପୃଟ ଅଭିମୁଖେ ଯାଉଥିଲା ବିମାନ ।  ପାଇଲଟ ସିଟରେ ବସିଥିଲେ ରୁଡୋଲ୍ଫ ଇରାସ୍ମସ । ହଠାତ ଦେଖିଲେ ତାଙ୍କ ସିଟ ତଳେ କିଛି ଥଣ୍ଡା ଜିନିଷ ଥିବା ସେ ଅୁନଭବ କଲେ । ଭାବିଲେ ବୋଧହୁଏ ତାଙ୍କ ପାଣି ବୋତଲ ଲିକ ହୋଇଗଲା । ହେଲେ ସେ ତଳକୁ ଚାହିଁ ଦେଖିଲେ ସିଟ ତଳେ ଏକ କୋବ୍ରା । ସାପଟି ତାଙ୍କ ସିଟରୁ ତଳକୁ ଯାଉଛି । ସାପର ଲମ୍ବ ପ୍ରାୟ ୫ ଫୁଟ ହେବ ।

ସେତେବେଳକୁ ବିମାନ ୧୧ ହଜାର ଫୁଟ ଉଚ୍ଚରେ ଉଡୁଛି । କ’ଣ କରିବେ ଚିନ୍ତାରେ ପଡିଗଲେ ପାଇଲଟ । ଯଦି ଏକଥା ଯାତ୍ରୀ ଜାଣିବେ ତେବେ ହଇଚଇ ସୃଷ୍ଟି ହୋଇଯିବ ।ପ୍ଲେନରେ ପାଇଲଟଙ୍କୁ ମିଶାଇ ୫ ଜଣ ସଦସ୍ୟ ଥିଲେ । ପାଇଲଟଙ୍କ ଠିକ ପଛକୁ ତିନି ଜଣ ଯାତ୍ରୀ ବସିଥିଲେ । ପାଇଲଟ ତାଙ୍କୁ ଧୀରେ କହିଲେ, ତାଙ୍କ ସିଟ ପାଖରେ ଏ ନାଗ ସାପ  ଅଛି । ତେଣୁ ବିମାନକୁ ଜଲ୍ଦି  ଲାଣ୍ଡିଂ କରିବାକୁ ପଡିବ ।ବିମାନରେ ଥିବା ଯାତ୍ରୀ ତାଙ୍କର ଶାନ୍ତ ତଥା ଆଶ୍ୱାସନାଭରା କଥା ଶୁଣି ଭୟଭୀତ ହୋଇ ନ ଥିଲେ । ପ୍ଲେନକୁ ଜରୁରୀକାଳୀନ ଅବତରଣ କରାଗଲା।

ସାପଟି ଖୁବ ବିଷାକ୍ତ ଥିଲା । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ସାପଟି ଏତେ ବିଷାକ୍ତ ଯେ, କାମୁଡିବାର ଘଣ୍ଟାଏ ଭିତରେ ରୋଗୀର ମୃତ୍ୟୁ ଘଟିଥାଏ । ଏହାକୁ ଆଫ୍ରିକାର ସବୁଠାରୁ ବିଷାକ୍ତ ସାପ କୁହାଯାଏ  ।

Leave A Reply

Your email address will not be published.