Latest Odisha News

BREAKING NEWS

ବେଆଇନ୍ ଧର୍ମାନୁଷ୍ଠାନ ମାମଲା, ୩ ମାସରେ ଉଚ୍ଛେଦ ହୋଇଛି ୪ଟି

କଟକ: ସର୍ବସାଧାରଣ ସ୍ଥାନରେ ବେଆଇନ୍ ଧର୍ମାନୁଷ୍ଠାନ ଉପରେ ନିଆ ଯାଇଥିବା ପଦକ୍ଷେପ ନେଇ ସୁପ୍ରିମକୋର୍ଟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ସତ୍ୟପାଠ ଅନୁସାରେ, ଗତ ୩ ମାସରେ ୮ଟି ଧର୍ମାନୁଷ୍ଠାନ ବିରୋଧରେ ପଦକ୍ଷେପ ନିଆ ଯାଇଥିବା ବେଳେ ୪ଟି ଉଚ୍ଛେଦ ଓ ୩ଟି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗୋଟିଏ ଧର୍ମାନୁଷ୍ଠାନକୁ ନିୟମିତ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସରକାର ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୬୭୯ଟି ବେଆଇନ୍ ଧର୍ମାନୁଷ୍ଠାନ ଚିହ୍ନଟ ହୋଇଥିବା ବେଳେ ୫୫୩୧ଟିକୁ ନିୟମିତ କରାଯାଇଛି । ୪୯ଟି ଧର୍ମାନୁଷ୍ଠାନ ଉଚ୍ଛେଦ ହୋଇଥିବା ବେଳେ ୯୯ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସେହିଭଳି ବରଗଡ଼ ଜିଲ୍ଲାରେ ୯୪୭ଟି ବେଆଇନ୍ ଧର୍ମାନୁଷ୍ଠାନ ରହିଥିବା ବେଳେ ୫୪୮ଟିକୁ ନିୟମିତ କରାଯାଇଛି । ୮୭ଟି ଧର୍ମାନୁଷ୍ଠାନ ଉଚ୍ଛେଦ କରାଯାଇଛି ।

କଟକରେ ୯୦୬ଟି ବେଆଇନ୍ ଧର୍ମାନୁଷ୍ଠାନ ରହିଥିବା ବେଳେ ୧୧୪ଟି ଉଚ୍ଛେଦ କରାଯାଇଛି । ୭୩ଟିକୁ ଅନ୍ୟତ୍ର ସ୍ଥାନାନ୍ତର, ୩୬୯ଟି ବେଆଇନ୍ ଧର୍ମାନୁଷ୍ଠାନକୁ ନିୟମିତ କରାଯାଇଛି । ଏବେ ରାଜ୍ୟରେ ୫, ୨୬୦ଟି ବେଆଇନ୍ ଧର୍ମାନୁଷ୍ଠାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ହାଇକୋର୍ଟରେ ସୂଚନା ଦେଇଛନ୍ତି ସରକାର । ଜୁଲାଇ ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ରାଜ୍ୟରେ ୨୦୨୨ ନଭେମ୍ବର ସୁଦ୍ଧା ୧୮ ହଜାର ୬୨୧ଟି ବେଆଇନ୍ ଧର୍ମାନୁଷ୍ଠାନ ଚିହ୍ନଟ ହୋଇଥିବା ବେଳେ ୨୦୧୨ଟିକୁ ଉଚ୍ଛେଦ କରାଯାଇଥିଲା । ୧୦ ହଜାର ୭୭୮ଟି ଧର୍ମାନୁଷ୍ଠାନକୁ ନିୟମିତ କରାଯାଇଥିବା ବେଳ ୫୬୩ଟିକୁ ସ୍ଥାନାନ୍ତର କରାଯାଇଥିବା ୨୦୨୨ ଡିସେମ୍ବର ୧୪ରେ ସରକାର ସତ୍ୟପାଠ ଦାଖଲ କରିଥିଲେ ।

Leave A Reply

Your email address will not be published.