Latest Odisha News

ଝାରସୁଗୁଡ଼ା ଉପ-ନିର୍ବାଚନ, ଓପିସିସିକୁ ୩ଜଣଙ୍କ ନାଁ ସୁପାରିସ, ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଶାୟୀ ୬ଜଣ ପ୍ରାର୍ଥୀଙ୍କ ଭିତରୁ ବିଜୟୀ ସମ୍ଭାବନା ଥିବା ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି ଓ ଏଆଇସିସି ପକ୍ଷରୁ ଆସନ୍ତା ଦିନେ କିମ୍ବା ଦୁଇଦିନ ଭିତରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ସେ କହିଛନ୍ତି। ଏଥିସହ ସାଲୁଜା କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନରେ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍କଳା, ବେକାରୀ ସମସ୍ୟା ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷାରେ ହିତାଧିକାରୀଙ୍କୁ ୫ କେ.ଜି ଚାଉଳ ପ୍ରଦାନ କରିବା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇବ। ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ଜଣେ ଯୁବ ପ୍ରାର୍ଥୀଙ୍କୁ ଟିକେଟ ମିଳିବା ନେଇ ଇସାରା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏଥସହ ନବ ଦାସ ହତ୍ୟାକାଣ୍ଡକୁ ଚକ୍ରାନ୍ତ ବୋଲି କହିଛନ୍ତି ସୁର।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ନିର୍ବାଚନ ପାଇଁ ବିଜେଡି ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଦିପାଳୀ ମଧ୍ୟ ପ୍ରତିଦିନ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜନସମ୍ପର୍କ ବୃଦ୍ଧିରେ ବ୍ୟସ୍ତଥିବା ନଜର ଆସିଛି । ତେଣୁ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ଘୋଷଣା ଉପରେ ରହିଛି ।

Leave A Reply

Your email address will not be published.