Latest Odisha News

BREAKING NEWS

ଜୋହାନ୍ସବର୍ଗରେ ବଡ ଧରଣର ଭୂକମ୍ପ ଝଟକା

ଜୋହାନସବର୍ଗ: ଜୋହାନସବର୍ଗରେ ରବିବାର ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ୨ଟା ୩୮ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ରିକ୍ଟର ସ୍କେଲରେ ୫.୦  ।   ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣପୂର୍ବ ଅଞ୍ଚଳରେ ଥିବା ଅଲବଟର୍ଣ୍ଣ ଠାରୁ ୬ କିଲୋମିଟର ଦୂରରେ ରହିଛି ।

ଦକ୍ଷିଣ ଆଫ୍ରିକାର ଏକ ବଡ ସହର ଏବଂ ବ୍ୟାବସାୟିକ ପେଣ୍ଠସ୍ଥଳୀ ହେଉଛି ଜୋହାନ୍ସବର୍ଗ । ଭୂକମ୍ପ ପ୍ରଭାବରେ ଏଠାରେ ବଡ ବଡ କୋଠା ଘରମାନ ଥରି ଉଠିଥିଲା । ଭୂକମ୍ପ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିଲେ । ଅନେକ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଥିଲେ । ଯଦିଓ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ତେବେ ସୋସିଆଲ ମିଡିଆ ପୋଷ୍ଟରୁ ଜଣାଯାଇଛି, କେତେକ ଘରର କାନ୍ଥ ଭାଙ୍ଗି ଯାଇଛି ।

ଏଠି କହିରଖିବୁ, ୧୯୬୯ରେ ଏଠାରେ ବଡ ଭୂକମ୍ପ ହୋଇଥିଲା । ୱେଷ୍ଟର୍ଣ୍ଣ କେପ ଅଞ୍ଚଳରେ ଏହା ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା ।

Leave A Reply

Your email address will not be published.