ଭୁବନେଶ୍ୱର: ସାରା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ । ସାରା ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା ମିଳିଛି ।
ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଏ ବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ମୌସୁମୀ ବାୟୁ କେରଳରେ ପହଞ୍ଚିଥିଲା।
ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ।
Comments are closed.