Latest Odisha News

BREAKING NEWS

ଫେରିବେ ସୁନୀତା: ଆଇଏସଏସ ଗଲା କ୍ରୁ-୧୦ ମିଶନ 

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ। ଶେଷରେ ବହୁ ପ୍ରତୀକ୍ଷା ପରେ ଘର ବାହୁଡ଼ିବେ ସୁନୀତା। ଶୁକ୍ରବାର ନାସା ଏବଂ ଏଲୋନ ମସ୍କଙ୍କ ସ୍ପେସଏକ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଏକ ନୂଆ ଦଳ ପଠାଇଛି। ଯାହା ନଅ ମାସ ଧରି ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପାଇଁ ଘରକୁ ଫେରିବା ପାଇଁ ଆଶାର କିରଣ ଜଗାଇଛି।

ସ୍ପେସଏକ୍ସ କ୍ରୁ-୧୦ ମିଶନରେ ଏକ ଡ୍ରାଗନ୍ ମହାକାଶଯାନକୁ ନେଇ ଯାଉଥିବା ଫାଲକନ୍ ୯ ରକେଟ୍ ଗୁରୁବାର ଦିନ କିଛି କାରଣ ଯୋଗୁଁ ବାତିଲ ପରେ ସଂକ୍ଷିପ୍ତ ବିଳମ୍ବ ପରେ ଗତକାଲି ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଛି। ଯେଉଁଥିରେ ଚାରି ଜଣ ମହାକାଶଚାରୀଙ୍କ ଦଳ – ଆନ୍ ମ୍ୟାକକ୍ଲେନ୍ ଏବଂ ନିକୋଲ୍ ଆୟର୍ସ, ଜାକ୍ସା(ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି), ମହାକାଶଚାରୀ ଟାକୁୟା ଓନିଶି, ଏବଂ ରୋସକସମୋସ୍ ମହାକାଶଚାରୀ କିରିଲ୍ ପେସକୋଭ୍ ଉଡାଣ ଭରିଥିବ ବେଳେ ଏହା ପ୍ରାୟ ୧୯ ତାରିଖ ବେଳକୁ ସୁନୀତା ଓ ତାଙ୍କ ସାଥିଙ୍କୁ ନେଇ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ତେବେ କ୍ରୁ-୧୦ ହେଉଛି, କ୍ରୁ -୯ ହିଁ ଏକ ଅଂଶ, ଯାହା ସ୍ପେସଏକ୍ସର ମାନବ ମହାକାଶ ପରିବହନ ବ୍ୟବସ୍ଥା ଅଧୀନରେ ଥିବା ୧୦ ତମ କ୍ରୁ ରୋଟେସନ୍ ମିଶନ ଏବଂ ଡେମୋ-୨ ପରୀକ୍ଷା ଉଡ଼ାଣ ସମେତ ନାସାର ବାଣିଜ୍ୟିକ କ୍ରୁ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଏସଏସ ଷ୍ଟେସନକୁ କ୍ରୁ ସହିତ ୧୧ତମ ଉଡ଼ାଣ। ପୂର୍ବରୁ ଏହିଁ ମିଶନ ଗୁରୁବାର ଦିନ ଲଞ୍ଚ ହେବାକୁ ଥିବା ବେଳେ, ଏହାର ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ସହିତ ହାଇଡ୍ରୋଲିକ୍ ସିଷ୍ଟମ୍ ସମସ୍ୟା ଯୋଗୁଁ ମିଶନ ବିଳମ୍ବିତ ହୋଇଥିଲା।

ଆଉ ପରେ ଯାନ୍ତ୍ରିକ ବିଫଳତା ଏକ ରାଜନୈତିକ ବିଭ୍ରାଟରେ ପରିଣତ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ନିକଟ ପରାମର୍ଶଦାତା ତଥା ସ୍ପେସଏକ୍ସ ନେତୃତ୍ବ ନେଇଥିବା ଏଲୋନ୍ ମସ୍କ ବାରମ୍ବାର ପୂର୍ବତନ ରାଷ୍ଟ୍ରପତି ଜୋ ବିଡେନ୍ ଏହି ଯୋଡ଼ିଙ୍କୁ ଜାଣିଶୁଣି ପରିତ୍ୟାଗ କରିଥିଲେ ବୋଲି ଦାବି କରିଥିଲେ ଏବଂ ସେମାନଙ୍କୁ ଶୀଘ୍ର ଫେରାଇ ଆଣିବାର ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଅଭିଯୋଗ ମହାକାଶ ସମ୍ପ୍ରଦାୟରେ ହଇଚଇ ସୃଷ୍ଟି କରିଥିଲା। ହେଲେ ଶେଷରେ ବହୁ ବାଧାବିଘ୍ନ ପରେ ପୁଣି ଥରେ ଗତ କାଲି ସଫଳତା ଉଡାଣ ଭରିଛି ମିଶନ୍।

ତେବେ କହିରଖୁଛୁ, ନାସାର ପ୍ରବୀଣ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଗତ ବର୍ଷ ଜୁନ୍ ମାସରୁ ଆଇଏସ ଏସରେ ଫସି ରହିଛନ୍ତି। ବୋଇଂ ଷ୍ଟାରଲାଇନର ମହାକାଶଯାନ ତ୍ରୁଟିପୂର୍ଣ୍ଣ ହେବା କାରଣରୁ, ୮ ଦିନିଆ ଆଇଏସଏସ୍ ମିଶନ, ଏବେ ୯ ମାସ ପର୍ଯ୍ୟନ୍ତ ଲମ୍ବିଛି। ପ୍ରଥମେ ଏହି ବର୍ଷ ଫେବୃଆରୀରେ ମହାକାଶଚାରୀମାନେ ଘରକୁ ଫେରିବାର ଥିଲା, କିନ୍ତୁ ତାହା ମଧ୍ୟ ବିଳମ୍ବିତ ହୋଇଥିଲା। ଆଉ ଏବେ ବହୁ ବାଧାବିଘ୍ନ ପରେ ଶେଷରେ ଆଇଏସଏସ କୁ ଯାତ୍ରା ଆରମ୍ଭ କରିଛି କ୍ରୁ-୧୦ ମିଶନ।

ଯାହାକୁ ନେଇ ନାସା କହିଛି, କ୍ରୁ-୧୦ ଲଞ୍ଚ ହେବାର କିଛି ଦିନ ପରେ ଦୁଇ ଫସି ରହିଥିବା ମହାକାଶଚାରୀ ପୃଥିବୀକୁ ଫେରିବାର କାର୍ଯ୍ୟକ୍ରମ ରହିଛି।

 

Comments are closed.