Latest Odisha News

BREAKING NEWS

ପୁରୀରେ ୩୦୦ ହୋଟେଲ, ୨୦୦ ଲଜିଂ ଉପରେ ହେବ ଚଢ଼ାଉ

ପୁରୀ: ପର୍ଯ୍ୟଟନ ସହର ପୁରୀରେ ଚାଲିଛି ବେଆଇନ କୋଠା ନିର୍ମାଣ। ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମି ପର୍ଯ୍ୟନ୍ତ କେଉଁଠି ପିକେଡିଏ ନିୟମ ତ କେଉଁଠି ସିଆରଜେଡ ନିୟମକୁ ଖୋଲା ଖୋଲି ଉଲଘଂନ କରି ଚାଲିଛି ନିର୍ମାଣକାର୍ଯ୍ୟ । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଳାପାଳଙ୍କ ନେତୃତ୍ୱରେ ପିକେଡିଏ, ପୁରୀ ପୌରସଂସ୍ଥା ଓ ପୁଲିସ ଏବଂ ରାଜସ୍ୱ ବିଭାଗକୁ ନେଇ ଗଠିତ ହୋଇଛି ଏକ ଟିମ। ପ୍ରାଥମିକ ପର୍ଯ୍ୟାୟରେ ୩ଶହ ରୁ ଅଧିକ ହୋଟେଲ ଓ ଦୁଇ ଶହରୁ ଅଧୁକ ଲଜିଙ୍ଗରେ କମିଟି ପକ୍ଷରୁ ଆରମ୍ଭ ହୋଇଛି ଯାଞ୍ଚ ପକ୍ରିୟା।

ପୁରୀରେ ସିଆରଜେଡ ଓ ପିକେଡିଏ ନିୟମକୁ ଉଲ୍ଲଂଘନ କରି ଚାଲିଛି ହୋଟେଲ ଓ ଲଜିଂ ବ୍ୟବସାୟ । ଡେରିରେ ହେଉପଛେ ଆକ୍ସନ ନେବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମିରେ ଥିବା ୩୦୦ ରୁ ଅଧିକ ହୋଟେଲ ଓ ୨୦୦ ରୁ ଅଧିକ ଲଜିଂ ଉପରେ ହେବ ଚଢ଼ାଉ । ଜିଲ୍ଳାପାଳଙ୍କ ନେତୃତ୍ୱରେ  ଗଠିତ  ଟିମ   ନିୟମ ଉଲଂଘନ କାରୀଙ୍କ ତଥ୍ୟ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରିବ । କେଉଁ କେଉଁ ହୋଟେଲ କି କି ନିୟମ ଉଲଂଘନ କରିଛନ୍ତି ତାହାର ତଥ୍ୟ ପ୍ରସ୍ତୁତ କରିବ କମିଟି । ଆଉ ଏହାପରେ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ବିଶେଷକରି ପୁରୀ ବେଳାଭୂମିରେ ସିଆରଜେଡ ନିୟମ ଅନୁସାରେ କୂଳରୁ ୫୦୦  ମିଟର ଦୂରରେ ହେବ ନିର୍ମାଣକାର୍ଯ୍ୟ । ହେଲେ ଏହି ନିୟମକୁ ଉଲଂଘନ କରି  ୩୦୦  ମିଟର ଭିତରେ ହୋଟେଲ ଓ ଲଜିଙ୍ଗ ନିର୍ମାଣ ହୋଇଛି । ସେପଟେ ବଡ଼ଦାଣ୍ଡରେ ମଧ୍ୟ ପିକେଡିଏ ନିୟମ ଉଲଙ୍ଘନ କରି ହୋଟେଲ ,କୋଠା ଓ ସପିଙ୍ଗ ମଲ ନିର୍ମାଣ ହୋଇଛି । ତେଣୁ ଏହି ଟିମ ବେଆଇନ ନିର୍ମାଣ ଉପରେ ଯାଞ୍ଚ କରୁଛନ୍ତି । ତଥ୍ୟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଜିଲ୍ଲାପାଳ ।

ଷ୍ଟେଟ କୋଷ୍ଟଲ ଯୋନ ମ୍ୟାନେଜମେଣ୍ଟ ଅଥରୀଟି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସିଏଜି ରିପୋର୍ଟ ଆଧାରରେ ଓଡିଶା ହେଉଛି ନବମ ରାଜ୍ୟ ଯେଉଁଠି ଉଲଂଘନକାରୀଙ୍କ ସଂଖ୍ୟା ବେଶ ଅଧିକ ।  ଐତିହ୍ୟ ନଗରୀ ପୁରୀ କଥା ଦେଖିଲେ, ପୁରୀର ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟ ବେଳାଭୂମିର ବାଙ୍ଗର ନିକଟରେ ସିଆର୍ଜେଡ଼ 1A କୁ ଉଲଙ୍ଘନ କରି ଅନେକ ହୋଟେଲ ଓ କୋଠା ନିର୍ମାଣ ହୋଇଛି । ଏ ନେଇ CAG ରିପୋର୍ଟରେ ଦର୍ଶା ଯାଇଛି । ଖାଲି ସେତିକି ନୁହେଁ ପୁରୀ ବେଳାଭୂମିରେ ୧୪୦ ଟି ହୋଟେଲ ଏହି ନିୟମର ଉଲଂଘନ କରିଥିବା ମଧ୍ୟ ସିଏଜି ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା ।

 

Leave A Reply

Your email address will not be published.