Latest Odisha News

BREAKING NEWS

ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା

ଭୁବନେଶ୍ଵର: ଚଳିତ ବର୍ଷ ଖଣ୍ଡଗିରି କୁମ୍ଭ ମେଳା ଜାନୁଆରୀ ୨୭ରୁ ଆରମ୍ଭ ହୋଇ ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବିଏମସି କାର୍ଯ୍ୟାଳୟରେ ସମୀକ୍ଷା ଶେଷ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ବ୍ୟାପକ ପୋଲିସ ବ୍ୟବସ୍ଥା ରହିବ। ମେଳା ଅଞ୍ଚଳରେ ୧୦୦ଟି ସିସିଟିଭି ଲାଗିବ । ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମସି ଏନଫୋର୍ସମେଣ୍ଟ ମୁତୟନ ରହିବେ ବୋଲି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି ।

ଗାଡିମଟର ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ, ଫାୟର, ବିଏମସି, ମେଡିକାଲ କଣ୍ଟ୍ରୋଲ ରୁମ୍, ପାନୀୟ ଜଳ, ଆଲୋକ ଓ ଅନ୍ୟାନ ବ୍ୟବସ୍ଥା ରହିଛି । ଟ୍ରାଫିକ ପୋଲିସକୁ ସହାୟତା କରିବା ପାଇଁ ଟ୍ରାଫିକ ଓ୍ୱାର୍ଡେନ ମୁତୟନ ହେବେ ।

ଏହି ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର , ସିଟି ଇଂଜିନିୟର , ଡେପୁଟି କମିଶନର, ସଂପୃକ୍ତ ଅଂଚଳର କର୍ପୋରେଟର ବୃନ୍ଦ, ଜାଗମରା ଗ୍ରାମ୍ୟ କମିଟି, କମିଟିର କର୍ମକର୍ତ୍ତା, ସମସ୍ତ ଲାଇନ ଡିପାର୍ଟମେଣ୍ଟ ପ୍ରମୁଖ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.