Latest Odisha News

BREAKING NEWS

ଭୁବନେଶ୍ୱର ସ୍ୱିଗି, ଜମାଟୋ ଡେଲିଭରୀ ଏଜେଣ୍ଟଙ୍କୁ ଟିକାକରଣ

ଭୁବନେଶ୍ୱର: ରାଜଧାନୀରେ ଅନଲାଇନରେ ଖାଦ୍ୟ ଦେଉଥିବା ଏଜେଣ୍ଟଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା । ସ୍ୱିଗି ଓ ଜୋମାଟୋ ଏଜେଣ୍ଟଙ୍କୁ ଟିକା ଆଜି ଦିଆଯାଉଛି । ଏଥିପାଇଁ ଗଜପତି ନଗରରେ ଥିବା ସପ୍ତମ ବାଟାଲିୟନ୍ ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର ସେଣ୍ଟର କରାଯାଇଛି । ଅନଲାଇନ୍ ଫୁଡ୍ ଡେଲିଭରି ଦେଉଥିବା ସ୍ୱିଗି ଓ ଜୋମାଟୋ ଏଜେଣ୍ଟ ନେଉଛନ୍ତି ଟିକା । ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି ।

ହୋମ୍ ଡେଲିଭରିକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ସେହିପରି ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ୍ କର୍ମଚାରୀଙ୍କ ପାଇଁ ନୟାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟିକାକରଣ ସେଣ୍ଟର କରାଯାଇଛି ।

Leave A Reply

Your email address will not be published.