Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ: ଚେପକରେ ସ୍ପିନରଙ୍କ ଦାଦାଗିରି

ଚେନ୍ନାଇ: ଭାରତ-ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଏଠାରେ ଖେଳାଯିବ । ଚେପକ ପିଚ୍ ସ୍ପିନରଙ୍କ ପାଇଁ ସର୍ବଦା ଭୂସ୍ୱର୍ଗ ପାଲଟିଛି । ଏଠାରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ ନେଇଥିବା ୧୦ ବୋଲରଙ୍କ ମଧ୍ୟରେ ୯ଜଣ ସ୍ପିନର ସାମିଲ । ୮ ଟେଷ୍ଟରେ ୪୮ ଉଇକେଟ ନେଇ ଅନୀଲ କୁମ୍ବଲେ ଶୀର୍ଷରେ ରହିଛନ୍ତି ।

ରବିଚନ୍ଦ୍ରନ ଅଶ୍ୱିନଙ୍କ ଠାରୁ ରବୀନ୍ଦ୍ର ଜାଡେଜା ଏଠାରେ ଭଲ ସଫଳତା ହାସଲ କରିଛନ୍ତି । ଅଶ୍ୱିନ ୨ଟି ଟେଷ୍ଟରେ ୧୩ ଏବଂ ଜାଡେଜା ସମାନ ସଂଖ୍ୟକ ଟେଷ୍ଟ ଖେଳି ୧୫ ଉଇକେଟ ନେଇଛନ୍ତି । ପ୍ରଥମ ଟେଷ୍ଟ ପାଇଁ କ୍ୟୁରେଟର ୨ଟି ପିଚ୍ ପ୍ରସ୍ତୁତ କରିଛନ୍ତି । ଅଧିନାୟକ ବିରାଟ କୋହଲି ଏହାକୁ ଅନୁଧ୍ୟାନ କରିବା ପରେ କେଉଁ ପିଚରେ ଖେଳାଯିବ ତାହା ଚୂଡାନ୍ତ କରାଯିବ ।

Leave A Reply

Your email address will not be published.