Latest Odisha News

BREAKING NEWS

୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ । ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍‌ ତିଆରି ହେବ । କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍‌ ହେବ ।

ସେ ଆହୁରି କହିଛନ୍ତି, ମାଲ୍‌ ପରିବହନ ସୁଗମ ପାଇଁ ରେଲ୍‌ୱେରେ ସ୍ୱତନ୍ତ୍ର ଫ୍ରେଟ୍ କରିଡର ହେବ । ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ୍‌ କରିଡର ସଂପୂର୍ଣ୍ଣ କରାଯିବ । ଏହାସହ ଆଉ ୩ଟି ରେଳ ଫ୍ରେଟ୍‌ କରିଡର ପାଇଁ ବଜେଟ୍‌ରେ ଘୋଷଣା ହୋଇଛି ।

Leave A Reply

Your email address will not be published.