Latest Odisha News

BREAKING NEWS

ଖେଳ ବଜେଟ ୫୦ ପ୍ରତିଶତି ବଢ଼ିଲା

ନୂଆଦିଲ୍ଲୀ: ୨୦୨୦-୨୧ ବଜେଟରେ ଖେଳ ମନ୍ତ୍ରଣାଳୟକୁ ୨୮୨୬.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଭରାଲ କ୍ରୀଡା ବଜେଟରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲେ କେତେକ ସ୍ଥାନରେ ରାଶିର ପରିମାଣ କମାଇ ଦିଆଯାଇଛି ।

ଗତ ବର୍ଷ ରାଶିର ପରିମାଣ ଥିଲା ୨୭୭୬.୯୨ କୋଟି । ରାଷ୍ଟ୍ରୀୟ ଖେଳ ମହାସଂଘକୁ ସରକାର ପକ୍ଷରୁ ୨୪୫ କୋଟି ଟଙ୍କା ଦିଆଯାଇଛି । ଯାହା କି ଗତ ବର୍ଷ ତୁଳନାରେ ୫୫କୋଟି ଟଙ୍କା କମ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ) ବଜେଟରେ ୧୯ ପ୍ରତିଶତ କମ୍ ମଞ୍ଜୁର କରିଛନ୍ତି ।

ସେହିପରି ଖେଳାଳୀଙ୍କ ପ୍ରୋତ୍ସାହନ ରାଶି ୧୧୧ କୋଟିରୁ ୭୦ କୋଟିକୁ କମାଇ ଦିଆଯାଇଛି । ଜମ୍ମୁ-କଶ୍ମୀର ପାଇଁ ୫୦ କୋଟିର ସ୍ୱତନ୍ତ୍ର ରାଶି ପ୍ରଦାନ କରାଯାଇଛି । ଲକ୍ଷ୍ମୀବାଇ ନେଶନାଲ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ଏଜୁକେଶନ ରାଶିରେ ମଧ୍ୟ ୫ କୋଟି ବଢ଼ାଯାଇଛି । ଏହାର ମୋଟ ବଜେଟକୁ ୫୫କୋଟି କରାଯାଇଛି ।

Leave A Reply

Your email address will not be published.