Latest Odisha News

ପଶ୍ଚିମବଙ୍ଗ ଫେରନ୍ତାଙ୍କ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଚିହ୍ନଟ କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ ରାଜ୍ୟର ଚିନ୍ତା ବଢ଼ାଇଛି । ଡବଲ୍ ମ୍ୟୁଟାଣ୍ଟ ଠାରୁ ତ୍ରିପଲ୍ ମ୍ୟୁଟାଣ୍ଟ ବେଶ୍ ବିପଜ୍ଜନକ ବୋଲି କୁହାଯାଇଛି । ଏହାକୁ ନେଇ ଗତ ୨୨ ତାରିଖରେ ପଶ୍ଚିମବଙ୍ଗରୁ ଫେରୁଥିବା ସମସ୍ତଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେଥିରେ ସାମାନ୍ୟ କୋହଳ କରିଛନ୍ତି ସରକାର ।

ଯେଉଁ ବ୍ୟକ୍ତି କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଇଥିବେ କିମ୍ବା ଯାତ୍ରାର ୪୮ ମଧ୍ୟର ଆରଟି-ପିସିଆର୍ ନେଗେଟିଭ୍ ସାର୍ଟିଫିକେଟ୍ ଥିବ ସେମାନେ ୭ ଦିନ ଲାଗି ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେ । ପୂର୍ବରୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେ ନାହିଁ । ସେମାନଙ୍କ ପେଡ୍ କିମ୍ବା ସରକାରୀ ଟିଏମସିରେ ୭ ଦିନ ରହିବାକୁ ପଡ଼ିବ । ଏଥିସହ ଘରୋଇ ସଂଗରୋଧରେ ଥିବାବେଳେ ନିୟମ ନମାନିଲେ ସେମାନଙ୍କୁ ସରକାରୀ ସଂଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ପଶ୍ଚିମବଙ୍ଗରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଘରୋଇ ହସ୍ପିଟାଲ କର୍ମଚାରୀ, ଅନ୍ୟ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରୁ ବାଦ୍ ଦିଆଯିବ । ତେବେ ଯାତାୟତ ବେଳେ ସେମାନଙ୍କୁ କୋଭିଡ୍ କଟକଣା ମାନିବାକୁ ପଡ଼ିବ । ଓଡ଼ିଶା ଫେରିବା ପରେ ସେମାନେ ଅଣେତେଣେ ବୁଲିବେ ନାହିଁ ।

ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଯେଉଁମାନଙ୍କ ପାଖରେ କୋଭିଡ୍ ଦ୍ୱିତୀୟ ଡୋଜ୍ ଟିକାର ପ୍ରମାଣ କିମ୍ବାର ୪୮ ଘଣ୍ଟା ମଧ୍ୟର ଆରଟି-ପିସିଆର୍ କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିବ ସେମାନଙ୍କୁ ୧୪ ଦିନ ଲାଗି ଗୋଷ୍ଠୀ ସଂଗରୋଧରେ ରଖାଯିବ ।

Leave A Reply

Your email address will not be published.