Latest Odisha News

BREAKING NEWS

ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ‘ଅମ୍ଫାନ’

ଭୁବନେଶ୍ୱର: ଧୀରେ ଧୀରେ ସ୍ଥଳ ଭାଗ ମୁହାଁ ହେଉଛି ସାମୁଦ୍ରିକ ଝଡ ‘ଅମ୍ଫାନ’ । ଏହା ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହା କାଲି ଅପରାହ୍ଣରୁ ସନ୍ଧ୍ୟା ଭିତରେ ଦୀଘା-ହାତିଆ ମଝିରେ ଥିବା ସୁନ୍ଦରବନରେ ମାଡ ହେବ । ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ଉତ୍ତର ଓଡିଶାରେ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ଦକ୍ଷିଣ ଓଡିଶାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର କୂଳବର୍ତ୍ତୀ ଅଂଚଳରୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ । ପ୍ରଭାବିତ ୪ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରୟା ଜାରି ରହିଛି ।

ବାତ୍ୟା ସମୟରେ ବାହାରକୁ ନବାହାରି ଘରେ ରହିବା ପାଇଁ ସତର୍କ କରାଇଛନ୍ତି । ଏହା ସହ ଘରେ ଶୁଖିଲା ଖାଦ୍ୟ ରଖିବା ପାଇଁ କହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଉଛି । ଜିଲ୍ଲାପାଳ ସମସ୍ତ ଅଂଚଳ ବୁଲି ସ୍ଥିତି ପରଖୁଛନ୍ତି । ୧୫ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି ।

Leave A Reply

Your email address will not be published.