Latest Odisha News

BREAKING NEWS

ହାମ୍ବନଟୋଟା ବନ୍ଦରରେ ରହିବ ଚୀନର ଗୁପ୍ତଚର ଜାହାଜ, ଭାରତ ଚିନ୍ତାରେ

ନୂଆଦିଲ୍ଲୀ: ଭାରତର ଅନୁରୋଧ ସତ୍ୱେ ଶେଷରେ ଶ୍ରୀଲଙ୍କା ତାର ହାମ୍ବନଟୋଟା ବନ୍ଦରରେ ଚୀନର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫କୁ ଆସିବା ପାଇଁ ଅନୁମତି ଦେଇଛି । ପୂର୍ବରୁ ଭାରତର କଥା ରଖି ଶ୍ରୀଲଙ୍କା ଏହି ଜାହାଜ ନ ପଠାଇବା ପାଇଁ ଅନୁରୋଧ କରିଥିଲା । ମାତ୍ର ଏବେ ଏହି ନିଷ୍ପତିରେ ପରିବର୍ତନ କରିଛି । ଚୀନ ଜାହଜ ଅଗଷ୍ଟ ୧୬ରୁ ୨୨ ପର୍ଯ୍ୟନ୍ତ ହାମ୍ବନଟୋଟାରେ ରହିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପାଇଁ ଏହି ଜାହାଜ ବିପଦ ସୃଷ୍ଟି କରିପାରେ । ଏହି ଜାହାଜରେ ସ୍ପେଶ ଏବଂ ସାଟେଲାଇଟ ଟ୍ରାକିଂ ସହ ଇଂଟରକଂଟିନେଟାଂଲ ବାଲେଷ୍ଟିକ ମିସାଇଲ ଲଂଚର ମଧ୍ୟ ସନ୍ଧାନ ମିଳିପାରିବ । ଏଥିରେ ଏପରି ଆଂଟିନା ଲାଗିଛି ଯେ, ଏହା ଅତି ଦୂରରୁ ଶବ୍ଦ ଏବଂ ଦୃଶ୍ୟକୁ ଟ୍ରାକ କରିପାରିବ । ଚୀନ ଏହା ମାଧ୍ୟମରେ ଭାରତର ମୂଖ୍ୟ ନୌସେନା ବେସ ଓ ପରମାଣୁ ଗବେଷଣା କେନ୍ଦ୍ର ତଥା ଇସ୍ରୋରୁ ତଥ୍ୟ ଚୋରୀ କରିବା ଆଶଙ୍କା ରହିଛି । ଆମେରିକା ମଧ୍ୟ ଏଥିନେଇ ଉଦବେଗ ପ୍ରକାଶ କରିଛି । ସୂଚନାଯୋଗ୍ୟ, ଚୀନ ୯୯ ବର୍ଷ ଲିଜରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରକୁ ନେଇଛି ।

Leave A Reply

Your email address will not be published.