ନୂଆଦିଲ୍ଲୀ: ଭାରତର ଅନୁରୋଧ ସତ୍ୱେ ଶେଷରେ ଶ୍ରୀଲଙ୍କା ତାର ହାମ୍ବନଟୋଟା ବନ୍ଦରରେ ଚୀନର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫କୁ ଆସିବା ପାଇଁ ଅନୁମତି ଦେଇଛି । ପୂର୍ବରୁ ଭାରତର କଥା ରଖି ଶ୍ରୀଲଙ୍କା ଏହି ଜାହାଜ ନ ପଠାଇବା ପାଇଁ ଅନୁରୋଧ କରିଥିଲା । ମାତ୍ର ଏବେ ଏହି ନିଷ୍ପତିରେ ପରିବର୍ତନ କରିଛି । ଚୀନ ଜାହଜ ଅଗଷ୍ଟ ୧୬ରୁ ୨୨ ପର୍ଯ୍ୟନ୍ତ ହାମ୍ବନଟୋଟାରେ ରହିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପାଇଁ ଏହି ଜାହାଜ ବିପଦ ସୃଷ୍ଟି କରିପାରେ । ଏହି ଜାହାଜରେ ସ୍ପେଶ ଏବଂ ସାଟେଲାଇଟ ଟ୍ରାକିଂ ସହ ଇଂଟରକଂଟିନେଟାଂଲ ବାଲେଷ୍ଟିକ ମିସାଇଲ ଲଂଚର ମଧ୍ୟ ସନ୍ଧାନ ମିଳିପାରିବ । ଏଥିରେ ଏପରି ଆଂଟିନା ଲାଗିଛି ଯେ, ଏହା ଅତି ଦୂରରୁ ଶବ୍ଦ ଏବଂ ଦୃଶ୍ୟକୁ ଟ୍ରାକ କରିପାରିବ । ଚୀନ ଏହା ମାଧ୍ୟମରେ ଭାରତର ମୂଖ୍ୟ ନୌସେନା ବେସ ଓ ପରମାଣୁ ଗବେଷଣା କେନ୍ଦ୍ର ତଥା ଇସ୍ରୋରୁ ତଥ୍ୟ ଚୋରୀ କରିବା ଆଶଙ୍କା ରହିଛି । ଆମେରିକା ମଧ୍ୟ ଏଥିନେଇ ଉଦବେଗ ପ୍ରକାଶ କରିଛି । ସୂଚନାଯୋଗ୍ୟ, ଚୀନ ୯୯ ବର୍ଷ ଲିଜରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରକୁ ନେଇଛି ।
BREAKING NEWS
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’

Comments are closed.