Latest Odisha News

BREAKING NEWS

ଅର୍ଥନୀତିରେ ଆମେରିକାକୁ ଟପିବାର ସାମର୍ଥ୍ୟ ଭାରତ ରଖିଛି: ଆରବିଆଇ ଡେପୁଟି ଗଭର୍ଣ୍ଣର

ଭୁବନେଶ୍ୱର: ଭାରତ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବାର ସାମର୍ଥ୍ୟ ରଖିଛି। ଯଦି ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଭାରତ ଏବେଠୁ ୧୧ ପ୍ରତିଶତ ଅଭିବୃଦ୍ଧି ହାରରେ ନିଜର ଅର୍ଥନୀତିକ ବ୍ୟବସ୍ଥାକୁ ଟ୍ରାକକୁ ଆଣିବ ତା’ହେଲେ ୨୦୩୧ ସୁଦ୍ଧା ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିପାରିବ ଭାରତ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆରବିଆଇର ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର ଏପରି ଏକ ଗୋଲାପୀ ସ୍ୱପ୍ନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି।

ସେ ଆହୁରି କହିଛନ୍ତି ଯଦି ଏହିପରି ଆଗେଇ ଚାଲେ ତାହେଲେ ୨୦୬୦ ସୁଦ୍ଧା ଭାରତ ବିଶ୍ୱର ସର୍ବବୃହତ ଅର୍ଥନୀତିକ ଦେଶର ପରିଣତ ହୋଇପାରିବ। ଏହି ସମୟରେ ଯଦି ୨୦୪୦-୫୦ ମଧ୍ୟରେ ଯଦି ଅର୍ଥନୀତିକ ଅଭିବୃଦ୍ଧି ୪-୫ ପ୍ରତିଶତ ରହିଲେ ମଧ୍ୟ କୌଣସି ଅସୁବିଧା ହେବନି ବୋଲି ସେ ଆକଳନ କରିଛନ୍ତି।

ଭାରତ ଏପରି ଲକ୍ଷ୍ୟରେ ପହଞ୍ଚିବାକୁ ଆବଶ୍ୟକ ସାମର୍ଥ୍ୟ ରଖିଛି। ପ୍ରଥମେ ଏଥିପାଇଁ ସମସ୍ତ ଚ୍ୟାଲେଞ୍ଜକୁ ସଠିକ୍ ଭାବେ ସାମ୍ନା କରିବାକୁ ହେବ ବୋଲି ଡେପୁଟି ଗଭର୍ଣ୍ଣର କହିଛନ୍ତି। ଯଦି ୧୧ ପ୍ରତିଶତ ଅଭିବୃଦ୍ଧି ହାରରେ ଭାରତ ଅତିକ୍ରମ କରିବ ତାହେଲେ ଭାରତ ୨୦୪୮ ସୁଦ୍ଧା ଦ୍ୱିତୀୟ ସର୍ବବୃହତ ଅର୍ଥନୀତିକ ଦେଶରେ ପରିଣତ ହୋଇପାରିବ। ଆଉ ୨୦୬୦ ସୁଦ୍ଧା ଏକ ନମ୍ବର ସ୍ଥାନରେ ପହଞ୍ଚିପାରିବ।

ଭାରତ କାହିଁକି ଏପରି ରେକର୍ଡ କରିପାରିବ ଏବଂ ଭାରତ ପାଖରେ କଣ ସବୁ ସାମର୍ଥ୍ୟ ରହିଛି ଏହାର ଉଦାହରଣ ଦେବାକୁ ଯାଇ ଡେପୁଟି ଗଭର୍ଣ୍ଣର ଚାଉଳ ଆମଦାନୀର ରପ୍ତାନୀର ଉଦାହରଣ ଦେଇଛନ୍ତି। ଭାରତ ଚାଉଳ ରପ୍ତାନୀରେ ବିଶ୍ୱରେ ଏକ ନମ୍ବର ଦେଶ । ୨୦୨୧ରେ ଭାରତ ଏହି ରେକର୍ଡ କରିସାରିଛି। ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭାରତ ୨ ଏବଂ ୩ ନମ୍ବର ସ୍ଥାନରେ ରହିଛି। ଭାରତ ନିକଟରେ ବୃହତ ଉତ୍ପାଦନ କରିବାର ସାମର୍ଥ୍ୟ ରହିଛି। ଏଥିପାଇଁ ଆବଶ୍ୟକ ସମସ୍ତ ଉପାଦାନ ଭାରତରେ ରହିଛି। ଭାରତ ଟ୍ରାକ୍ଟର ଏବଂ ଦୁଇ ଚକିଆ ଯାନର ସବୁଠାରୁ ବଡ ଉତ୍ପାଦକ ହୋଇଥିବା ବେଳେ ରପ୍ତାନୀରେ ସ୍ମାର୍ଟଫୋନଠାରୁ ଆରମ୍ଭ କରି କାରରେ ଶୀର୍ଷ ୧୦ ରପ୍ତାନୀକାରୀ ଦେଶ ମଧ୍ୟରେ ରହିଛି।

ଆଇଟି ସମେତ ଅନେକ ସେବାରେ ଭାରତ ଏବେ ଗ୍ଲୋବାଲ ଲିଡର ଭାବେ ପରିଚିତ ହୋଇଛି। କିନ୍ତୁ କିଛି ବର୍ଷ ପୂର୍ବେ ଭାରତ ଆଇଟି କ୍ଷେତ୍ରରେ ପଛୁଆ ଦେଶ ଭାବେ ପରିଗଣିତ ହେଉଥିଲା। କୌଣସି ଦେଶର ଅର୍ଥନୈତିକ ପ୍ରଗତିର ଏକ ବହୁଳ ବ୍ୟବହୃତ ସୂଚକ ହେଉଛି ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି, ଯାହା ଏକ ଚତୁର୍ଥାଂଶ କିମ୍ବା ଏକ ବର୍ଷ ମଧ୍ୟରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ସମସ୍ତ ଅନ୍ତିମ ସାମଗ୍ରୀ ଏବଂ ସେବାର ମୂଲ୍ୟ। ସେ କହିଛନ୍ତି ଯେ କୋଭିଡ ମହାମାରୀ ଆସିବା ପରେ ଜିଡିପି ଅଭିବୃଦ୍ଧି ହାରାହାରି ୭%କୁ ବୃଦ୍ଧି ପାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ, ମହାମାରୀ କାରଣରୁ ଜିଡିପି ୬.୬% କୁ ହ୍ରାସ ପାଇଥିଲା । କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷରେ ୮.୭%କୁ ରିକୋଭରୀ ବା ପୁନରୁଦ୍ଧାର ହୋଇପାରିଛି । ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଯାହା ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ସ୍ଥାନ ଦେଇଛି ବୋଲି ଡେପୁଟି ଗଭର୍ଣ୍ଣର ପାତ୍ର କହିଛନ୍ତି।

Leave A Reply

Your email address will not be published.