Latest Odisha News

BREAKING NEWS

ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ଜଣେ ଆହତ

ନୂଆଦିଲ୍ଲୀ:ଭାରତୀୟ ମତ୍ସ୍ୟଜିବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାଙ୍କ ଆକ୍ରମଣ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରେ ଶ୍ରୀଲଙ୍କା ନୌସେନା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କାର ଜଳକ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବାରୁ ସେମାନେ ଆକ୍ରମଣ କରିଥିବା କହିଛନ୍ତି । ତେବେ ଏଭଳି ଅଭିଯୋଗକୁ ଭାରତୀୟ ମତ୍ସ୍ୟଜୀବୀମାନେ ଖଣ୍ଡନ କରିଛନ୍ତି ।

ସେମାନେ କହିଛନ୍ତି ଯେ, ସେମାନଙ୍କ ଉପରେ ପଥର ପିଙ୍ଗା ଯାଇ ଆକ୍ରମଣ କରାଯାଇଥିଲା । ଫଳରେ ସେମାନଙ୍କ ଜାଲ ନଷ୍ଟ ହୋଇଗଲା । ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଔପଚାରିକ ଭାବେ ଅଭିଯୋଗ ହୋଇ ନ ଥିବା ବେଳେ ମାମଲାର ତଦନ୍ତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି । ତେବେ ଆହତ ମତ୍ସ୍ୟଜୀବୀ ଜଣକ ତାମିଲନାଡ଼ୁର ରାମେଶ୍ୱରମ ବାସିନ୍ଦା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.