Latest Odisha News

BREAKING NEWS

KBCରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ପ୍ରଶ୍ନ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଶାକୁ ନେଇ ଏକ ପ୍ରଶ୍ନ ସ୍ଥାନ ପାଇଛି । ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳାକୁ ନେଇ ଏହି ପ୍ରଶ୍ନ ରହିଥିଲା । କେବିସି ହଟ ସିଟରେ ଥିଲେ ମାଇକ୍ରୋ ବାୟୋଲଜି ପ୍ରଫେସର ଡକ୍ଟର ଶ୍ରୁତି ସିଂହ । ପ୍ରଶ୍ନ ପଚାରୁଥିଲେ ହୋଷ୍ଟ ଅମିତାଭ ବଚ୍ଚନ ।

ପ୍ରଶ୍ନ ଥିଲା, ପଦ୍ମଶ୍ରୀରେ ସମ୍ମାନିତ କେଉଁ କଳାକାର ଫେବ୍ରୁଆରୀ ୨୦୨୦ରେ ନମସ୍ତେ ଟ୍ରମ୍ପ ଆୟୋଜନ ହେବା ପୂର୍ବରୁ ତାଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ପ୍ରଦର୍ଶନ କରିଥିଲେ । ଚାରୋଟି ଅପସନର ପ୍ରଥମରେ ଥିଲା କୃଷ୍ଣ କହ୍ନେଇ, ଦ୍ୱୀତିୟରେ ବାଲକୃଷ୍ଣନ ପରାସର, ତୃତୀୟରେ ସୁଦର୍ଶନ ପଟ୍ଟନାୟକ ଏବଂ ଚତୁର୍ଥ ଅପସନ ଥିଲା କୈଳାସ ଚନ୍ଦ୍ର ମେହେର । ମାଇକ୍ରୋ ବାୟୋଲଜି ପ୍ରଫେସର ଡକ୍ଟର ଶ୍ରୁତି ସିଂହ,  ପ୍ରଶ୍ନ ବଦଳାଇବା ଲାଇଫ ଲାଇନ୍ ନେଇଥିଲେ । ତେବେ ଅଲଗା ପ୍ରଶ୍ନକୁ ଯିବା ପୂର୍ବରୁ ମହିଳା ପ୍ରତିଯୋଗୀ ପ୍ରଥମ ଅପସନ ଅର୍ଥାତ୍ କୃଷ୍ଣ କହ୍ନେଇଙ୍କୁ ଲକ କରିଥିଲେ । ଏବଂ ତାହା ଭୁଲ ହୋଇଥିଲା । ପ୍ରଶ୍ନର ଠିକ୍ ଉତ୍ତର ଅପସନ ସି ଅର୍ଥାତ୍ ସୁଦର୍ଶନ ପଟ୍ଟନାୟକ ବୋଲି ଦର୍ଶାଇଥିଲେ ବିଗ ବି ଅମିତାଭ ବଚ୍ଚନ ।

ଚଳିତ ବର୍ଷ ଫେବ୍ରୁଆରୀ ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିଲେ । ଏହା ପୂର୍ବରୁ ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା କରିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜ ବାଲୁକାକଳାରେ ସେ ନମସ୍ତେ ଟ୍ରମ୍ପ ଦର୍ଶାଇଥିଲେ । ଏଥିସହ ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଚିତ୍ର ଏବଂ ତାଜମହଲ ଛବି ରହିଥିଲା ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାଲୁକା କଳାରେ ।

Leave A Reply

Your email address will not be published.