Latest Odisha News

BREAKING NEWS

୨୦୨୪ରେ ଶ୍ରୀଲଙ୍କାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ

କଲମ୍ବୋ: ୨୦୨୪ରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଶ୍ରୀଲଙ୍କାରେ ଆୟୋଜିତ ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୪ରୁ୨୭ ପର୍ଯ୍ୟନ୍ତ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ରେ ମାଲେସିଆ-ଥାଇଲାଣ୍ଡରେ ୧୯ ବର୍ଷରୁ କମ ମହିଳା ବିଶ୍ୱକପ ଏବଂ ୨୦୨୭ରେ ବାଂଲାଦେଶ-ନେପାଳରେ ଏହା ଆୟୋଜିତ ହେବ । ୨୦୨୬ ବିଶ୍ୱକପ ଜିମ୍ବାୱେ-ନାମ୍ବିଆ ଏବଂ ୨୦୨୭ ବିଶ୍ୱକପ ଦକ୍ଷିଣ ଆଫ୍ରିକା-ଜିମ୍ବାୱେରେ ହେବ । ୨୦୨୭ ବିଶ୍ୱକପ ଯୋଗ୍ୟତା ପାଇଁ ଆଇସିସି ସାମାନ୍ୟ ପରିବର୍ତନ କରିଛି । ଏଥିରେ ୧୪ ଟିମ ଅଂଶଗ୍ରହଣ କରିବେ । ଆୟୋଜକ ଟିମ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସିଧାସଳଖ ଯୋଗ୍ୟତା ହାସଲ କରିବେ । ୮ଟି ଟିମ ବିଶ୍ୱ ର‌୍ୟାଙ୍କିଙ୍ଗ ଅନୁସାରେ ଏଥିରେ ସାମିଲ ହେବେ । ସେହିପରି ୪ଟି ଟିମ ଆଇସିସି ଗ୍ଲୋବାଲ କ୍ୱାଲିଫାୟର ଟୁର୍ଣ୍ଣାମେଂଟ ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିବେ ।

୨୦୨୪ ମହିଳା ଟି୨୦ ବିଶ୍ୱକପ ନେଇ ଆଇସିସି ଘୋଷଣା କରିଦେଇଛି । ଏଥିରେ ୧୦ଟି ଟିମ ଅଂଶଗ୍ରହଣ କରିବେ । ୨୦୨୩ ବିଶ୍ୱ ର‌୍ୟାଙ୍କିଙ୍ଗ ଅନୁସାରେ ୭ଟି ଟିମ ଏବଂ ୨ଟି ଟିମ ଆଇସିସି ଗ୍ଲୋବାଲ କ୍ୱାଲିଫାୟର ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.