Latest Odisha News

BREAKING NEWS

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ପ୍ରତିବାଦକାରୀଙ୍କ ଆଖଡା

ଶ୍ରୀଲଙ୍କା : ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ ପାଲଟିଛି ଜନସାଧାରଣଙ୍କ ଆଡ୍ଡା ସ୍ଥଳୀ । ଯିଏ ଯାହା ପାରିଲା, ତାହା କରିବାରେ ଲାଗିଛି । ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତ ଧଶେଇ ପଶିବା ପରେ ବିକ୍ଷୋଭକାରୀ ଗୀତ ଗାଇବା ସହ ଡାନ୍ସ ମଧ୍ୟ କରିଛନ୍ତି । ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀ ମେଲୋଡି କରୁଥିବା ଭିଡିଓ ସାମ୍ନାକୁ ଆସୁଛି । ମେଲୋଡି ପାଇଁ ଆବଶ୍ୟକ ଉପକରଣ ସହ ଗୀତ ଗାଉଥିବାର ଦେଖିବାକୁ ମିଳିଛି ।

ତା’ସାଙ୍ଗକୁ ଲୋକେ ମେଲୋଡିର ଭରପୂର ମଜା ଉଠାଇଛନ୍ତି । ଏହା ପୂର୍ବରୁ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ସୁଇମିଂପୁଲରେ ଗାଧୋଇଥିଲେ । ପରେ ସେମାନେ ରାଷ୍ଟ୍ରପତିଙ୍କ ବେଡରୁମ୍ ଓ କିଚେନରେ ମଧ୍ୟ ପଶିଥିଲେ । ବେଡରୁମରେ ଶୋଇ ସେମାନେ ସେଲଫି ନେଇଥିଲେ । ଏମିତିକି ରାଷ୍ଟ୍ରପତିଙ୍କ ଜିମରେ ପଶି ୱାକ୍ ଆଉଟ୍ କରିଥିଲେ ବିକ୍ଷୋଭକାରୀ । ଜିମରେ ସେମାନେ ବିଭିନ୍ନ ଉପକରଣ ସହ ଜିମ୍ ଆଉଟ୍ କରିଥିଲେ ।

Leave A Reply

Your email address will not be published.