Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗାଡ଼ି ଧକ୍କାରେ ୩ମୃତ,୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ନିର୍ଦ୍ଦେଶ

ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲୀ ଛକ ନିକଟରେ  ସଡ଼କ ଦୁର୍ଘଟଣା । ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଗୁରୁତର ସୋନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଧାନ ତଳି ବିକ୍ରି ପାଇଁ ବଲାଙ୍ଗୀରରୁ ସୋନପୁର ଆସୁଥିବା ବେଳେ ଖାରୀ ନିକଟରେ ଘଟିଥିଲା ଅଘଟଣ । ମୃତକମାନେ ହେଲେ ଗୁଆବତି ଜାଇ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ଵାଳ  l ସେମାନେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଳକ ରାଘବପାଲି ଗ୍ରାମର l କାରଟି ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଗାଡ଼ି ଭିତରୁ ଜଣେ ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧା ରାଣୀ ସୁନା ବୋଲି ଲେଖା ହୋଇଥିବା ପୋଷାକ ଗାଡ଼ିରୁ ମିଳିଛି l

ସୋନପୁର ଏସ୍ପି କହିଛନ୍ତି, ସ୍ନିଗ୍ଧାରାଣୀ ପୁରୀରୁ ଡ୍ୟୁଟି ସାରି ଫେରୁଥିଲେ । ଗାଡିକୁ ଥାନା ଅଧିକାରୀଙ୍କ ଡ୍ରାଇଭର ଚଲାଉଥିଲେ । ଦୁର୍ଘଟଣା ପରେ ଭୟରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଗାଡି ଛାଡି ଫେରାର ହୋଇଯାଇଛନ୍ତି ।

 

Leave A Reply

Your email address will not be published.